ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଏବଂ ୩୫-ଏ ପ୍ରତ୍ୟାହାର ବା ପରିବର୍ତ୍ତନ କଲେ ଭଲ ହେବନି ବୋଲି କେନ୍ଦ୍ର ସରକାରଙ୍କୁ ଧମକ ଦେଲେ ମେହବୁବା

Published By : Prameya-News7 Bureau | February 25, 2019 IST

ଶ୍ରୀନଗର ୨୫/୨ : ପିଡିପି ମୁଖ୍ୟ ମେହବୁବା ମୁଫତୀ ରବିବାର ଦିନ ଜାମ୍ମୁ କାଶ୍ମୀରକୁ ନେଇ ବଡ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ, ଜାମ୍ମୁ କାଶ୍ମୀରକୁ ବିଶେଷ ରାଜ୍ୟ ପାହ୍ୟା ଦେଉଥିବା ସମ୍ବିଧାନର ଧାରା ୩୭୦ ଏବଂ ଧାରା ୩୫-ଏ ସହିତ କୌଣସି ପ୍ରକାର ଏପଟସେପଟ କରାଗଲେ କାଶ୍ମୀର ରାଜ୍ୟକୁ ଭାରତର ଅଂଶ ଜାହିର କରୁଥିବା ଦସ୍ତାବିଜକୁ ଅମାନ୍ୟ କରାଯିବ |

ମେହବୁବା ଟ୍ୱିଟ କରିଛନ୍ତି ଯେ, ଧାରା ୩୭୦ ଜାମ୍ମୁ କାଶ୍ମୀର ଏବଂ ଭାରତ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତିର ଏକ ଆଧାର ।  ସାମ୍ବିଧାନିକ ସମ୍ପର୍କର ମୂଳ | ଇନଷ୍ଟ୍ରୁମେଣ୍ଟ ଅଫ ଏକସେସନ ଧାରା ୩୭୦ ଉପରେ ନିର୍ଭର କରେ ଯାହା ଅନୁଛେଦ ୩୫-ଏ ସହିତ ଜଡିତ | ଏହି ନିୟମ ଉଲଂଘନ କଲେ ଟ୍ରିଟି ଅଫ ଏକସେସନ ଉଲଂଘନ ହେବ | ସେ କହିଛନ୍ତି ଯେ, କାଶ୍ମୀର ଘାଟିରେ ଅନୁଛେଦ ୩୫-ଏ କୁ ନେଇ ଭିନ୍ନ ଭିନ୍ନ ସମସ୍ୟା ସୃଷ୍ଟି ହେଉଛି |

ମେହବୁବା କହିଛନ୍ତି ଯେ, ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭାରତ ସରକାରଙ୍କୁ ଏହି ପ୍ରସଙ୍ଗ ଉପରେ ନିଶ୍ଚୟ ଦୃଷ୍ଟି ଦେବା ଉଚିତ ଯେ, ଜାମ୍ମୁ କାଶ୍ମୀର ଏକମାତ୍ର ମୁସଲମାନ ବହୁଳ ରାଜ୍ୟ | ଦେଶ ବିଭାଜନ ବେଳେ ଜାମ୍ମୁ କାଶ୍ମୀର ପାକିସ୍ତାନ ବଦଳରେ ଭାରତରେ ରହିବା ପାଇଁ ନିର୍ଣ୍ଣୟ ହୋଇଥିଲା |

ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଚେତାବନୀ ଦେଇଛନ୍ତି ଯେ, ଯଦି ବିଶେଷ ସୁବିଧାକୁ ରଦ୍ଦ କରାଯାଏ ତା'ହେଲେ କୌଣସି ଘଟଣା ପାଇଁ କାଶ୍ମୀରବାସୀଙ୍କୁ ଦାୟୀ କରିବା ଉଚିତ ନୁହେଁ | ଧାରା ୩୭୦ ରଦ୍ଦ କରିବା ପରେ କାଶ୍ମୀରରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ତା' ପାଇଁ କାଶ୍ମୀରବାସୀଙ୍କୁ ଦାୟୀ କରିବା ଉଚିତ ନୁହେଁ |ଖୋଦ ଭାରତ ସରକାର ସେଥିପାଇଁ ଦାୟୀ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.