କେନ୍ଦ୍ରକୁ ମେହବୁବା ମୁଫତିଙ୍କ ଟାର୍ଗେଟ: ଖାନ ଉପନାମ ଯୋଗୁଁ ଆର୍ଯ୍ୟନଙ୍କ ପଛରେ ପଡିଛି ଏନସିବି

Published By : Prameya-News7 Bureau | October 11, 2021 IST

ଶ୍ରୀନଗର ୧୧/୧୦ : ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଗିରଫକୁ ନେଇ କେନ୍ଦ୍ର ସରକାରଙ୍କୁ ହମଲା କରିଛନ୍ତି। ମୁଫତି ଆରୋପ ଲଗାଇଛନ୍ତି ଯେ ଏସବୁ ଏଇଥିପାଇଁ ହେଉଛି କାରଣ ଆର୍ଯ୍ୟନଙ୍କ ଉପନାମ ଖାନ। ତାଛଡା ଲଖିମପୁର ଖେରିରେ କୃଷକଙ୍କ ମୃତ୍ୟୁ ମାମଲାରେ ମଧ୍ୟ ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ନେଇ ଉଦାହରଣ ସୃଷ୍ଟି କରିବା ଛାଡି ୨୩ ବର୍ଷର ପୁଅକୁ ହଇରାଣ କରୁଛନ୍ତି।

ମେହବୁବା ମୁଫତି ଟ୍ୱିଟ କରିଛନ୍ତି ଯେ, "୪ କୃଷକଙ୍କ ହତ୍ୟାର ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ମାମଲାରେ ଉଦାହରଣ ଦେବା ଛାଡି କେନ୍ଦ୍ର ଏଜେନ୍ସି ୨୩ ବର୍ଷର ପୁଅ ପଛରେ ପଡିଛି। କାରଣ ତାର ଉପନାମ ଖାନ। ନ୍ୟାୟର ବିଡମ୍ବନା ଯେ ବିଜେପିର ମୂଳ ଭୋଟ ବ୍ୟାଙ୍କକୁ ଖୁସି କରିବାକୁ ମୁସଲମାନଙ୍କୁ ଟାର୍ଗେଟ କରାଯାଉଛି।"

wp:embed {"url":"https://twitter.com/MehboobaMufti/status/1447448001169936386?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1447448001169936386%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.abplive.com%2Fnews%2Findia%2Fjammu-kashmir-mehbooba-mufti-targets-centre-said-agencies-are-after-aryan-because-of-khan-surname-1980765","type":"rich","providerNameSlug":"twitter","responsive":true}
https://twitter.com/MehboobaMufti/status/1447448001169936386?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1447448001169936386%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Findia%2Fjammu-kashmir-mehbooba-mufti-targets-centre-said-agencies-are-after-aryan-because-of-khan-surname-1980765
/wp:embed

ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି କେନ୍ଦ୍ର ସରକାରଙ୍କ ଉପରେ ରାଜନୈତିକ ଲାଭ ପାଇଁ ବାହୁବଳ ନୀତି ବ୍ୟବହାର କରୁଥିବା ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ସ୍ଥିତି ବିଗିଡ଼ିବାରେ ଲାଗିଛି। ସେ ଦାବି କରିଛନ୍ତି ଯେ ଅନନ୍ତନାଗ ଜିଲ୍ଲାରେ ଗତ ଗୁରୁବାର ଦିନ ସିଆରପିଏଫ ଗୁଳିରେ ନିହତ ହୋଇଥିବା ଜଣେ ମୁସଲମାନ ବ୍ୟକ୍ତିଙ୍କ ପରିବାରକୁ ସାକ୍ଷାତ ନ କରେଇଦେବାକୁ ତାଙ୍କୁ ନଜରବନ୍ଦ କରି ରଖାଯାଇଛି।

ପରଭେଜ ଅହମଦଙ୍କ ମୃତ୍ୟୁ ସିଆରପିଏଫ କର୍ମୀଙ୍କ ଗୁଳିରେ ହୋଇଥିଲା। ସେତେବେଳେ ସୁରକ୍ଷାକର୍ମୀ ତାଙ୍କୁ ଏକ ସୀମା ପୋଷ୍ଟ ନିକଟରେ ଅଟକିବାକୁ ସଂକେତ ଦେଇଥିଲେ। କିନ୍ତୁ ସେ ନିଜ ଗାଡି ଅଟକାଇବାରେ ବିଫଳ ହୋଇଥିଲେ। ସେହି ଦିନ ତାଙ୍କର ମୃତ୍ୟୁ ହୋଇଥିଲା ଯେଉଁଦିନ ସହରରେ ଇଦଗାହ ଅଞ୍ଚଳରେ ଆତଙ୍କବାଦୀ ଦୁଇ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଶିକ୍ଷକଙ୍କ ମୃତ୍ୟୁ ପରେ କାଶ୍ମୀର ଘାଟିରେ ୫ ଦିନ ଭିତରେ ଆତଙ୍କବାଦୀ ଦ୍ୱାରା ୭ ଜଣ ନାଗରିକ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.