ଅର୍ଣ୍ଣବଙ୍କୁ ଜାମିନ: ସ୍ଵାଧୀନତା ଅଧିକାର ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ ଉପରେ ପ୍ରଶ୍ନ ଉଠାଇଲେ ମେହବୁବା

Published By : Prameya-News7 Bureau | November 11, 2020 IST

ଶ୍ରୀନଗର ୧୧।୧୧: ପିଡିପି ପ୍ରମୁଖ ମେହବୁବା ମୁଫତି ବୁଧବାର କହିଛନ୍ତି ସ୍ଵାଧୀନତାର ଅଧିକାର ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅସନ୍ତୋଷ ସହ ମୁଁ ସହମତ। ହେଲେ ଯେବେ କାଶ୍ମୀରୀଙ୍କ କଥା ଆସେ ତେବେ ଏହା ଚୟନାତ୍ମକ ହୋଇଯାଏ। ମୁଫତି ଏହି ବୟାନ ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ଵାମୀଙ୍କ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଦେଇଥିବା ଟିପ୍ପଣୀ ସଂଦର୍ଭରେ ଦେଇଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରି କହିଛନ୍ତି, ସ୍ଵାଧୀନତା ଅଧିକାର ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅସନ୍ତୋଷ ସହ ମୁଁ ସହମତ, ମାତ୍ର ଦୁଃଝର ବିଷୟ ଏହା ଯେ ଏହି ଅସନ୍ତୋଷ ଚୟନାତ୍ମକ ହେଉଛି କାରଣ ଭିତ୍ତିହୀନ ଅଭିଯୋଗରେ କାଶ୍ମୀରୀ ଏବଂ ସାମ୍ବାଦିକଙ୍କୁ ଜେଲ୍‌ରେ ବନ୍ଦୀ କରି ରଖାଯାଇଛି। ଏହି ମାମଲାରେ ଅଦାଲତଙ୍କ ନିଷ୍ପତ୍ତି ଭୁଲି ଯାଆନ୍ତୁ, ସେମାନଙ୍କର ଶୁଣାଣି ମଧ୍ୟ ହୁଏ ନାହିଁ। ସେମାନଙ୍କର ସ୍ଵାଧୀନତା ପାଇଁ ତତ୍କାଳ କଣ ପାଇଁ ଶୁଣାଣି କରାଯାଉ ନାହିଁ ବୋଲି ମେହବୁବା ପ୍ରଶ୍ନ କରିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ୨୦୧୮ରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଏକ ମାମଲାରେ ସାମ୍ଵାଦିକ ଅର୍ଣ୍ଣବ ଗୋସ୍ଵାମୀଙ୍କୁ ବୁଧବାର ଅନ୍ତରୀଣ ଜାମିନ ପ୍ରଦାନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି ବ୍ୟକ୍ତିଗତ ସ୍ଵାଧୀନତାରେ ବାଧା ଦିଆଯିବ ତେବେ ଏହା ନ୍ୟାୟର ଉପହାସ ହେବ। ବିଚାରଧାରା ଏବଂ ଭିନ୍ନତା ଆଧାରରେ ଲୋକଙ୍କୁ ନିଶାଣ କରାଯିବା ମହାରାଷ୍ଟ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ନ୍ୟାୟାଳୟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ଏବଂ ବିଚାରପତି ଇନ୍ଦିରା ବାନାର୍ଜୀଙ୍କ ଅବକାଶକାଳୀନ ପୀଠ କହିଛନ୍ତି, ଯଦି ରାଜ୍ୟ ସରକାର ଲୋକଙ୍କୁ ନିଶାଣ କରନ୍ତି ତେବେ ସେମାନେ ବୁଝି ନେବା ଉଚିତ୍ ଯେ, ନାଗରିକଙ୍କ ସ୍ଵାଧୀନତାର ରକ୍ଷା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.