Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ମେହବୁବା ମୁଫ୍‌ତିଙ୍କ ବିବାଦୀୟ ବୟାନ୍-‘ଚାକିରୀ ନ ମିଳିଲେ ବନ୍ଧୁକ ଉଠାଇବେ ଜାମ୍ମୁ କାଶ୍ମୀର ଯୁବକ’

9/11/2020 at 4:00 PM

ଶ୍ରୀନଗର ୦୯/୧୧ : ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ସୋମବାର ଦିନ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ରାଜ୍ୟରେ ବନ୍ଧୁକ ଉଠାଉଥିବା ଯୁବକଙ୍କୁ ସେ ସମର୍ଥନ କରିଛନ୍ତି। ମେହବୁବା ମୁଫତି କହିଛନ୍ତି, ଚାକିରୀ ନଥିଲେ ରାଜ୍ୟର ଯୁବକ ବନ୍ଧୁକ ହିଁ ଉଠାଇବେ। ସେ କହିଛନ୍ତି ଜାମ୍ମୁ କାଶ୍ମୀରରୁ ୩୭୦ ଧାର ଉଚ୍ଛେଦ ପରେ ବିଜେପି ଜାମ୍ମୁରୁ ଚାକିରୀ ଛଡେଇବାକୁ ଚାହୁଁଛି। ରାଷ୍ଟ୍ରୀୟ ଧ୍ବଜା ହେଉ କି ରାଜ୍ୟର ଧ୍ବଜା ହେଉ ତାହା ସମ୍ବିଧାନ ହିଁ ଦେଇଛି। ବିଜେପି ସେହି ଧ୍ବଜା ଛଡେଇ ନେଇଛି ବୋଲି କହିଛନ୍ତି ମେହବୁବା।

ନିଜର ବିସ୍ଫୋରକ ବୟାନରେ ମେହବୁବା କହିଛନ୍ତି, ‘ଆଜି ବିଜେପିର ସମୟ ଅଛି, କଲି ପୁଣି ଆମ ସମୟ ଆସିବ। ଏମାନଙ୍କ ଅବସ୍ଥା ମଧ୍ୟ ଟ୍ରମ୍ପ ଭଳି ହେବ। ସୀମା ରାସ୍ତା ଖୋଲାଯିବା ଉଚିତ। ଜାମ୍ମୁ କାଶ୍ମୀର ମଧ୍ୟରେ ପୋଲ ତିଆରି ହେଉ। ଆମ ଧ୍ବଜା ଆମକୁ ଫେରାଇଦିଅ। ଆମେ ନିର୍ବାଚନ ଏକାସଙ୍ଗେ ଲଡ଼ୁଛୁ। ଜାମ୍ମୁ କାଶ୍ମୀରକୁ ଖଣ୍ଡିତ କରାଯାଇଛି। ଏହି ତାକତ ଦୂର କରିବାକୁ ଆମେ ହାତ ମିଳାଇଛୁ।’

ଧାର ୩୭୦ କୁ ନେଇ ମେହବୁବା କହିଛନ୍ତି, ଏହା ହିନ୍ଦୁ ମୁସଲମାନ ସମ୍ପ୍ରଦାୟ ସହ ଜଡିତ ମାମଲା ନୁହେଁ। ବରଂ ଜାମ୍ମୁ କାଶ୍ମୀର ଲୋକଙ୍କ ପରିଚୟ। ଲୋକଙ୍କୁ ନିଜ ଭବିଷ୍ୟତ ଚିନ୍ତା ଅଛି। କେନ୍ଦ୍ର ସରକାର ବାବା ସାହେବଙ୍କ ସମ୍ବିଧାନ ସହ ଖେଳିଛନ୍ତି। ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି କାଶ୍ମୀର ପଣ୍ଡିତଙ୍କର କଣ ହେଲା ? ବିଜେପି ତାଙ୍କୁ ପ୍ରତିଶୃତି ଦେଇଥିଲା, ହେଲେ କିଛି କରିପାରିଲାନି।

ମେହବୁବା ବର୍ତ୍ତମାନ ଜାମ୍ମୁରେ ଅଛନ୍ତି। ସେଠାରେ ସେ ଦଳର ନେତା ଓ ସମାଜର ଅନ୍ୟ ପ୍ରତିନିଧିଙ୍କ ସହ ସାକ୍ଷାତ କରିଛନ୍ତି। ବୈଠକ ପରେ ମେହବୁବା ସାମ୍ବାଦିକ ସମ୍ମିଳନୀ କରିଥିଲେ। ପାକିସ୍ତାନ ପ୍ରତି ମେହବୁବା ପ୍ରେମ ପୁଣି ସାମ୍ନାକୁ ଆସିଛି। ସେ କହିଛନ୍ତି, ଯଦି ଆମେ ଚୀନ ସହ ଆଲୋଚନା କରିପାରୁଛୁ ତାହେଲେ ପାକିସ୍ତାନ ସହ କାହିଁକି କରିପାରିବାନି।

ସୂଚନାଯୋଗ୍ୟ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କିଛି ଦିନ ପୂର୍ବରୁ କହିଥିଲେ ଯେ ଚୀନ ସାହାଯ୍ୟରେ କାଶ୍ମୀରରେ ପୁଣିଥରେ ଧାର ୩୭୦ ବାହାଲ କରାଯିବ। 

ସୂଚନାଯୋଗ୍ୟ ଯେ, ଗୁପ୍ତ ଚୁକ୍ତିନାମା ଅନୁଯାୟୀ ଜାମ୍ମୁ କାଶ୍ମୀରର ଅନେକ ଦଳ ପିପୁଲ୍ସ ଆଲାଇନ୍ସ ଗଠନ କରିଛନ୍ତି। ପିଡିପି, ଏନସି, ସଜ୍ଜାଦ ଲୋନଙ୍କ ଦଳ ସମେତ ଅନ୍ୟ ଦଳ ମଧ୍ୟ ଅଛନ୍ତି। ଏହି ଦଳଗୁଡ଼ିକ ଧାର ୩୭୦ ପ୍ରସଙ୍ଗକୁ ନେଇ ପୁଣି ଥରେ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟରେ ଅପିଲ କରିଛନ୍ତି ଯେ ଧାର ୩୭୦ ସହ ଜଡିତ ସମସ୍ତ ଆବେଦନର ଶୁଣାଣି ଶୀଘ୍ର କରାଯାଉ।

   Related Posts