Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ରାହୁଲ ଗାନ୍ଧୀଙ୍କୁ ମନେ ରଖିବ ଇତିହାସ- ମେହେବୁବା ମୁଫତୀ, ଏପରି କାହିଁକି କହିଲେ ପିଡିପି ଅଧ୍ୟକ୍ଷ ?

16/01/2021 at 7:25 PM

ନୂଆଦିଲ୍ଲୀ ୧୬/୦୧ : ପିଡିପି ଅଧ୍ୟ ମେହେବୁବା ମୁଫତୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ‘ବର୍ତ୍ତମାନ ଦେଶରେ ଜାରି ରହିଥିବା ତାନଶାହୀ ଶାସନ ବିରୁଦ୍ଧରେ ଛିଡା ହେବା ପାଇଁ ଇତିହାସ ଯଦି କାହାକୁ ମନେ ରଖେ ତେବେ ସେ ହେଉଛନ୍ତି ରାହୁଲ ଗାନ୍ଧୀ’ । ମେହେବୁବା ମୁଫତୀ ଟ୍ବିଟ୍‌ କରି ଲେଖିଛନ୍ତି, ‘ପ୍ରକୃତରେ ନୂଆ ଭାରତ ତିଆରି କରିବା ଲୋକମାନଙ୍କ ଉପରେ ନିର୍ଭର କରୁଛି ଏବଂ ରାହୁଲ ଗାନ୍ଧୀ ହିଁ ଏକମାତ୍ର ନେତା ଯିଏକି ସତ କହିବାର ହିମତ ରଖନ୍ତି’ ।

ମୁଫତୀ ଆହୁରି ମଧ୍ୟ କହିଛନ୍ତି, ‘ଆପଣମାନେ ରାହୁଲ ଗାନ୍ଧୀଙ୍କୁ ଯେତେ ପରିହାସ କଲେ ମଧ୍ୟ ସେ ହେଉଛନ୍ତି ଏକମାତ୍ର ନେତା ଯିଏକି ସତ କହିବାର ସତସାହସ ଦେଖାନ୍ତି’ । ଏହା ସହ ସେ କହିଛନ୍ତି କେନ୍ଦ୍ର ସରକାର ନିଜର ପାଳିତ ଏଜେନ୍ସି (ନେସନାଲ ଇନଭେଷ୍ଟିକେସନ୍‌ ଏଜେନ୍ସି ବା NIA)କୁ କୃଷି ଆଇନକୁ ବିରୋଧ କରୁଥିବା ଚାଷୀ ସଂଗଠନମାନଙ୍କ ପଛରେ ଲଗାଇଦେଇଛନ୍ତି ।

ଏହା ସହ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତୀ କହିଛନ୍ତି, ଭାରତ ସରକାରଙ୍କର ପାଳିତ ଏଜେନ୍ସି ଏବେ ଚାଷୀ ସଂଗଠନ ପଛଷଣ ପଡିଯାଇଛି । ଦେଶରେ ଚାଷୀମାନେ ଜାରି ରଖିଥିବା ଆନ୍ଦୋଳନକୁ ନେଇ ସେ କହିଛନ୍ତି, ଚାଷୀମାନେ ୫୦ରୁ ଉର୍ଦ୍ଧ୍ବ ଦିନ ହେଲା ଧାରଣାରେ ବସିଛନ୍ତି । ଭାରତ ସରକାରଙ୍କର ଚାଷୀମାନଙ୍କ ପ୍ରତି ଆଦୌ ଆନ୍ତରିକତା ନାହିଁ । ଯାହାଫଳରେ ଚାଷୀମାନେ ଏତେ ଦିନ ଧରି ଆନ୍ଦୋଳନ କରୁଥିଲେ ମଧ୍ୟ ସରକାର ଏହାର ସମାଧାନ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ।

   Related Posts