Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପାକିସ୍ତାନ ବିଜୟରେ ଉତ୍ସବ ମନାଉଥିବା ଲୋକଙ୍କ ସମର୍ଥନରେ ବାହାରିଲେ ମେହବୁବା, କହିଲେ- ବିରାଟଙ୍କଠୁ କିଛି ଶିଖ

25/10/2021 at 7:56 PM

ନୂଆଦିଲ୍ଲୀ ୨୫।୧୦: ଟି-୨୦ ବିଶ୍ଵ କପ୍‌ ଇତିହାସରେ ପ୍ରଥମ ଥର ଭାରତ ପାକିସ୍ତାନ ନିକଟରୁ ପରାସ୍ତ ହୋଇଛି। ଏଥିରେ ପୂରା ଦେଶ ମର୍ମାହତ ହୋଇଥିବା ବେଳେ ଜାମ୍ମୁ-କାଶ୍ମୀରରେ ପାକିସ୍ତାନ ବିଜୟର ଖୁସି ପାଳନ  ବେଳେ ବାଣଫୁଟାଇ କିଛି ଲୋକ ଧରା ପଡିଛନ୍ତି। ଗଣମାଧ୍ୟମ ସୂଚନା ଅନୁଯାୟୀ, ପୋଲିସ ୬ ଜଣଙ୍କୁ ହେପାଜତରେ ନେଇଛି। ଏବେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପାକିସ୍ତାନ ବିଜୟରେ ଖୁସି ମନାଉଥିବା ସମର୍ଥକଙ୍କ ସମର୍ଥନରେ ଓହ୍ଲାଇଛନ୍ତି। ଆଉ ଏହାକୁ ବିରୋଧ କରୁଥିବା ଲୋକଙ୍କୁ କୋହଲିଙ୍କଠୁ ଶିକ୍ଷା ନେବାକୁ ପରାମର୍ଶ ଦେଇଛନ୍ତି।

ମେହବୁବା ମୁଫତି କହିଛନ୍ତି, ପାକିସ୍ତାନ ବିଜୟରେ ଉତ୍ସବ ମନାଉଥିବା କାଶ୍ମୀରୀଙ୍କ ବିରୋଧରେ ଏତେ ରାଗ କଣ ପାଇଁ ? କିଛି ଲୋକ ତ ଏମିତି ନାରା ଦେଉଥିଲେ ଯେ, ଦେଶର ଗଦ୍ଦାରଙ୍କୁ ଗୁଳି କର… କେହି ଏହା ଭୁଲି ପାରିବେ ନାହିଁ। ଜାମ୍ମୁ-କାଶ୍ମୀରରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରେ କେତେ ଜଣ ଲୋକ ମିଠା ବାଣ୍ଟି ଉତ୍ସବ ପାଳନ କରିଥଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଯାହାକୁ ଶିଖିବାର ଅଛି ବିରାଟ କୋହଲିଙ୍କଠୁ ଶିଖିବା ଉଚିତ୍ ବୋଲି ମେହବୁବା କହିଛନ୍ତି। ସର୍ବ ପ୍ରଥମେ ପାକିସ୍ତାନ ଦଳକୁ ଅଭିନନ୍ଦନ। ମେହବୁବା ନିଜ ଟ୍ଵିଟ୍ ସହିତ ବିରାଟ କୋହଲିଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ପାକିସ୍ତାନୀ ବ୍ୟାଟସମ୍ୟାନ ରିଜଓ୍ଵାନଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ୨୦୦୭ରୁ ଆରମ୍ଭ ହୋଇଥିବା ଟି-୨୦  ବିଶ୍ଵ କପ୍‌ରେ ଭାରତ ୨୦୧୬ରେ ଖେଳାଯାଇଥିବା ଶେଷ ଟି-୨୦ ବିଶ୍ଵ କପ୍‌ ପର୍ଯ୍ୟନ୍ତ ପାକିସ୍ତାନକୁ ପ୍ରତିଥର ପରାସ୍ତ କରିଥିଲା। ଦୁଇ ଦଳ ମଧ୍ୟରେ ବିଶ୍ଵ କପ୍‌ରେ ମୋଟ୍ ୫ ମୁକାବିଲା ଖେଳାଯାଇଥିଲା ଏବଂ ସବୁ ମ୍ୟାଚ୍‌ରେ  ଭାରତ ବିଜୟୀ ହୋଇଥିଲା। କିନ୍ତୁ ରବିବାର ଖେଳାଯାଇଥିବା ଟି-୨୦ ବିଶ୍ଵ କପ୍‌ ୨୦୨୧ରେ ଇତିହାସ ବଦଳିଛି। ପ୍ରଥମ ଥର ପାକିସ୍ତାନ ଭାରତକୁ ହରାଇବାରେ ସଫଳ ହୋଇଛି।

   Related Posts