Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପୂର୍ବତନ ଜମ୍ମୁ-କାଶ୍ମୀରମୁଖ୍ୟମନ୍ତ୍ରୀ ମହବୁବା ମୁଫ୍ତି ଏବଂ ଓମାରଙ୍କୁ ହେପାଜତକୁ ନେଲା ପୋଲିସ

5/08/2019 at 8:03 PM

ଶ୍ରୀନଗର ୫।୮: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫ୍ତି ଓ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ ସୋମବାର ସନ୍ଧ୍ୟାରେ ପୋଲିସ ଗିରଫ କରିଛି। ଗିରଫ ପରେ ସେମାନଙ୍କୁ ଶ୍ରୀନଗରର ହରିନିବାସ ଗେଷ୍ଟ ହାଉସରେ ରଖାଯାଇଛି। ଉଭୟ ନେତାଙ୍କୁ ଗତ ବିଳମ୍ବିତ ରାତ୍ରିରେ ନଜରବନ୍ଦୀ କରାଯାଇଥିଲା। ସମଗ୍ର ଉପତ୍ୟାକାରେ ୧୪୪ ଧାରା ବଳବତ୍ତର ରହିଛି। ମହବୁବା ମୁଫ୍ତି ଓ ଓମାର ଅବଦୁଲ୍ଲା ଲଗାତାର ବୟାନବାଜୀ କରୁଥିଲେ। ଏଣୁ ଉପତ୍ୟାକାର ଶାନ୍ତି କାୟମ ରଖିବାକୁ ସତର୍କତା ସ୍ୱରୁପ ପ୍ରଶାସନ ଏହି ପଦକ୍ଷେପ ନେଇଥିବା ଜଣାପଡିଛି।

ଉପତ୍ୟାକାରେ ଏବେ ମଧ୍ୟ ଅନେକ ନେତା ନଜରବନ୍ଦୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ସଜ୍ଜାଦ ଲୋନଙ୍କ ସମେତ ବିଛିନ୍ନତାବାଦୀ ନେତା ଓ ରାଜନୈତିକ ପାର୍ଟିର ନେତା ଥିବା ଜଣାପଡିଛି। ଗତ ରାତ୍ରିରୁ ଉପତ୍ୟାକାରେ ମୋବାଇଲ, ଲ୍ୟାଣ୍ଡଲାଇନ ସମେତ ଇଣ୍ଟରନେଟ୍ ବ୍ରଡବ୍ୟାଣ୍ଡ ବନ୍ଦ କରିଦିଆଯାଇଛି। ତେବେ ପରିସ୍ଥିତି ଉପରେ ନଜର ରଖିବା ଲାଗି ଉଚ୍ଚ ପ୍ରଶାସନିକ ଅଧିକାରୀମାନଙ୍କୁ ସାଟେଲାଇଟ୍ ଫୋନ ଯୋଗାଇ ଦିଆଯାଇଛି।

   Related Posts