କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ବି ଆଜିକାଲି ଜୟହିନ୍ଦ ଶୁଣିଲାବେଳକୁ ବଡ଼ କଷ୍ଟହେଉଛି

Published By : Prameya-News7 Bureau | March 05, 2019 IST

ଶ୍ରୀନଗର୫|୩: ଜୟହିନ୍ଦ ଶୁଣିଲାବେଳକୁ ଛାତିଜଳୁଛି।ଏମିତି ତ ପାକିସ୍ତାନ ଜୟହିନ୍ଦ୍‌ ଶୁଣିଲେ ଭାରିଆପତ୍ତିକରେ ଆଉ ଏପଟେ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବାମୁଫତିଙ୍କୁ ବି ଆଜିକାଲି ଜୟହିନ୍ଦ ଶୁଣିଲାବେଳକୁ ବଡ଼ କଷ୍ଟହେଉଛି।

ଜୟହିନ୍ଦ। ଏହିଗୋଟିଏ ନାରା ସାରା ଦେଶକୁ ଏକ କରି ଦେଇଥିଲା। ନେତାଜୀଙ୍କୁ ଏହି ଆହ୍ବାନରେ ଭାରତୀୟମାନେ ଶତସିଂହର ବଳପାଇ ବ୍ରିଟିଶସେନାକୁ ଟକ୍କର ଦେଇଥିଲେ। ଦେଶସ୍ବାଧୀନ ହେଲା ଦେଶ ଦୁଇଭାଗ, ଦୁଇରୁ ତିନିଭାଗ ହେଲା। ଆଉ ଏବେ ଜୟହିନ୍ଦ ଶୁଣିଲାବେଳକୁ ପାକିସ୍ତାର ଛାତିଜଳୁଛି ।  ଏହି ଜୟହିନ୍ଦ ଲେଖିଛନ୍ତି ବୋଲି ଅଭିନେତ୍ରୀ ପ୍ରିୟଙ୍କାଚୋପ୍ରାଙ୍କ ବିରୋଧରେ ବିଷ ଓଗାଳୁଛି ପାକିସ୍ତାନ ।  ପ୍ରିୟଙ୍କା ୟୁନେସ୍କୋର ବ୍ରାଣ୍ଡଆମ୍ବାସାଡର ହୋଇଥିବାବେଳେ ବାଲକୋଟ ଏୟାରଷ୍ଟ୍ରାଇକ ସମୟରେ କାହିଁକି ଜୟହିନ୍ଦ ଲେଖିଲେ ବୋଲି ପାକିସ୍ତାନକୁ ଭାରିକଷ୍ଟ ହେଉଛି ।

ପ୍ରିୟଙ୍କାଚୋପ୍ରା ଜଣେ ଭାରତୀୟ , ସେ ଭାରତର ଜୟଗାନ କରିବେନି ଆଉ କଣ ପାକିସ୍ତାନର ଜୟଗାନ କରିବେ ।  ପୁଲୱାମା, ବାଲକୋଟପରେ ପାକିସ୍ତାନକୁ ଏବେ ଏମିତି ଲାଗିବା ସ୍ବାଭାବିକ ।  କିନ୍ତୁ ମେହବୁବା ମୁଫତି କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ,  ତାଙ୍କୁ ଏବେ ଜୟହିନ୍ଦ ଶୁଣିବାକୁ ଭାରି କଷ୍ଟଲାଗୁଛି । ଗତକାଲି ଏୟାରଇଣ୍ଡିଆ ଏକ ନିର୍ଦ୍ଦେଶନାମା ଜାରି କରିଛି ଏୟାରଇଣ୍ଡିଆ କୌଣସି ମେସେଜ ଆନାଉ୍‌ସ କରିବାପରେ ଜୟହିନ୍ଦ କହିବ। ଆଉ ଏହି ନିର୍ଦ୍ଦେଶନାମାରେ ମେହବୁବା ମୁଫତିଙ୍କୁ ଭାରିକଷ୍ଟ ।

 ଟ୍ବିଟକରିଛନ୍ତି ଯେ ଦେଶଭକ୍ତିର ଜୋଶ୍‌ ଏବେ ଆକାଶରେ ଉଡୁଛି ।  ଏୟାରଇଣ୍ଡିଆର ଜୟହିନ୍ଦ ନିର୍ଦ୍ଦେଶକୁ ନେଇ ସେ ସମାଲୋଚନା କରିଛନ୍ତି । ଆଉ ମେହବୁବାଙ୍କ ଏଭଳି ଆବଭାବ ଦେଖି ନାନା ପ୍ରତିକ୍ରିୟା ଆସିଲାଣି । ସୋସିଆଲ ମିଡିଆରେ ଏୟାରଇଣ୍ଡିଆର ଏହି ଜୟହିନ୍ଦ ଓ ମେହବୁବାଙ୍କ ମତକୁନେଇ ନାନା ସମାଲୋଚନା ଶୁଣିବାକୁ ମିଳିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.