ଦୁନିଆରେ ଏମିତି କୌଣସି ସ୍ଥାନ ନାହିଁ ଯେଉଁଠାରେ ମଣିଷର ନିଜସ୍ବ ନାଁ ଟିଏ ନାହିଁ । ହେଲେ ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ଲୋକଙ୍କର ନାଁ ନାହିଁ । ହ୍ବିସିଲ ଟ୍ୟୁନ ହିଁ ଏଠାରେ ଲୋକଙ୍କ ପରିଚୟ, ଏଣୁ କିଏ ଯଦି କାହାକୁ ଡାକନ୍ତି ତାଙ୍କର ଧୁନରେ ସିଟି ବଜାନ୍ତି। ପ୍ରତ୍ୟେକଙ୍କ ଅନୁସାରେ ହ୍ବିସିଲର ଟ୍ୟୁନ ବି ଅଲଗା ଅଲଗା ଯାହାକୁ କେବଳ ସେହି ଗାଁର ଲୋକେ ହିଁ ବୁଝି ପାରନ୍ତି। ପୂର୍ବ ମେଘାଳୟର ଖାସି ହିଲ ଅଞ୍ଚଳରେ ଥିବା କାଙ୍ଗ ଥାନ ଗାଁରେ ଲୋକେ ପରସ୍ପରକୁ ସିଟି ବଜାଇ ଡାକନ୍ତି।
{"id":118326}ଗାଁରେ ପ୍ରତି ଲୋକର ୨ଟି ନାଁ ରହିଛି ଗୋଟିଏ ସାଧାରଣ ଲୋକଙ୍କ ପରି ଯାହାକୁ ସେ ସ୍କୁଲ, ସରକାରୀ କାଗଜପତ୍ରରେ ବ୍ୟବହାର କରେ ଅନ୍ୟଟି କେବଳ ତା ନିଜ ଗ୍ରାମବାସୀଙ୍କ ପାଇଁ ଏକାନ୍ତ ବ୍ୟକ୍ତିଗତ। ସେଇଟି ହେଉଛି ହ୍ବିସିଲ ଟ୍ୟୁନ। ସେହି ଧୁନରେ ମୁହଁରେ କେହି ସୁସୁରି ବଜାଇଲେ ସେ ଜାଣିପାରେ ତାକୁ କେହି ଡାକୁଛି। ଏହି ଧୁନରୁ ଲୋକଙ୍କ ଚିହ୍ନଟ ହୁଏ। ଗାଁରେ ଯଦି କାହା ଘରେ ପିଲା ଜନ୍ମ ହୁଏ ତା ମା ଶିଶୁର କାନରେ ଏହି ସୁସୁରି ଧୁନ ଶୁଣାଇଥାଏ। ଯାହାକ ପିଲାଟି ଜନ୍ମରୁ ଶୁଣି ଶୁଣି ସେହି ଧୁନ ତା ନାମ ବୋଲି ଜାଣିଯାଏ ଓ ପରେ ଲୋକେ ସେହି ଟ୍ୟୁନରେ ହ୍ବିସିଲ ମାରି ତା ସହ ସମ୍ପର୍କ ସ୍ଥାପନା କରିଥାନ୍ତି।
{"id":118327,"width":576,"height":657}କାଙ୍ଗ ଥାନ ଗାଁର ଜନ ସଂଖ୍ୟା ମାତ୍ର ୬୨୭। ୧୦୯ଟି ପରିବାରର ଏହି ଲୋକଙ୍କ ନିଜସ୍ବ ହ୍ବିସିଲ ଟ୍ୟୁନ ରହିଛି। ଅର୍ଥାତ ଗାଁକୁ ଗଲେ ଲୋକଙ୍କ ନାଁ ପଚାରି ଦେଲେ ସେମାନଙ୍କ ନାମ ଅନୁସାରେ ୬୨୭ଟି ସୁସୁରି ଧୁନ ଶୁଣିବାକୁ ମିଳିପାରିବ। ନାମ ଦେବା ପାଇଁ ଗାଁ ଲୋକେ ଏହି ଧୁନ ପ୍ରକୃତିରୁ ଆହରଣ କରନ୍ତି। ବିଶେଷ କରି ଲୋକେ ପକ୍ଷୀଙ୍କ ଶ୍ବରରୁ ହ୍ବିସିଲ ସ୍ବର ବାହାର କରି ନାମକରଣ କରନ୍ତି।
{"id":118328}ତେବେ ଗ୍ରାମରେ ଲୋକଙ୍କର ଏଭଳି ବିଚିତ୍ର ନାମକରଣର ବୌଜ୍ଞାନିକ କାରଣ ମଧ୍ୟ ରହିଛି। ପ୍ରକୃତି କୋଳରେ ଥିବା ଗାଁଟି ପାହାଡ ଓ ବଣ ଜଙ୍ଗଲ ଘେରା। ଏଥିରେ କେହି କାହାକୁ ନାଁ ଧରି ଡାକ ପକାଇଲେ ପାହାଡରେ ଧକ୍କା ଖାଇ ଜଙ୍ଗଲରେ ହଜି ଯିବା ସ୍ବଭାବିକ। ତେବେ ହ୍ବିସିଲ ରେ ବେଶ ସୁନ୍ଦର ଭାବେ କାହାକୁ ସହଜରେ ଡକାଯାଇପାରେ। ହ୍ସିସିଲ ସବ୍ଦ ବଣ ଜଙ୍ଗଲ, ପାହାଡରେ ଗୁଞ୍ଜରିତ ହୋଇ ସେହି ଲୋକ ପାଖରେ ପହଞ୍ଚି ଯାଏ ଏହା ଯାହାର ଧୁନ ସହ ସମ୍ବଦ୍ଧିତ। ସେହି ଅନୁସାରେ ସେ ଉତ୍ତର ମଧ୍ୟ ଦେଇଥାନ୍ତି ଠିକ୍ ଚଢେଇ ଭଳି।
{"id":118329,"align":"center"}ସମୟ ବଦଳିବା ସହିତ ଲୋକେ ମଧ୍ୟ ବଦଳିଲେଣି। ବିଜ୍ଞାନ ଓ କାରିଗରି ବିକାଶ ଯୋଗୁ ଲୋକେ ସେମାନଙ୍କ ହ୍ବିସିଲ ଟୋନ ନାମକୁ ମୋବାଇଲରେ ରିଙ୍ଗଟୋନ କରିଦେଇଛନ୍ତି। ଏଣୁ କଲର ଟ୍ୟୁନରୁ ଲୋକେ ସହଜରେ ଜାଣି ପାରୁଛନ୍ତି କିଏ ତାଙ୍କୁ ଫୋନ କରୁଛି।