ମେଘାଳୟକୁ ଡେଇଁଲା କର୍ଫ୍ୟୁ, ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍

Published By : Prameya-News7 Bureau | December 12, 2019 IST

ସିଲଂ ୧୨।୧୨:  ନାଗରିକତା ସଂଶୋଧନ ବିଧେୟକକୁ ନେଇ ସମଗ୍ର ପୂର୍ବୋତ୍ତର ଅଶାନ୍ତ ହୋଇପଡିଛି। ଆସାମ ରାଜଧାନୀ ଗୌହାଟୀରେ ଲୋକେ କର୍ଫ୍ୟୁ ଉଲ୍ଲଂଘନ କରିବା ପରେ ସନ୍ଧ୍ୟାରେ ମେଘାଳୟ ସରକାର ରାଜ୍ୟରେ କର୍ଫ୍ୟୁ ଲାଗୁ ନିମନ୍ତେ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶାନୁସାରେ ଗୁରୁବାର ରାତି ୧୦ଟାରୁ ସିଲଂର କିଛି ଅଞ୍ଚଳରେ କର୍ଫ୍ୟୁ ଲାଗୁ ହେବାକୁ ଥିବା ବେଳେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ।

{"id":196929,"width":580,"height":393,"sizeSlug":"large"}

ସେପଟେ ଗୌହାଟୀ ଗୁଳିକାଣ୍ଡ ପରେ ପୋଲିସ କମିଶନର ଦୀପକ କୁମାରଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଥିବା ଜଣାପଡିଛି। ତାଙ୍କ ସ୍ଥାନରେ ମୁନ୍ନା ପ୍ରସାଦଙ୍କୁ ଗୌହାଟୀର ପୋଲିସ କମିଶନର ଅବସ୍ଥାପିତ କରାଯାଇଛି। ଲକ୍ଷ୍ମୀପୁରରେ ବିକ୍ଷୋଭକାରୀ ବିଜେପି ଓ ଏଜିପି କାର୍ଯ୍ୟାଳୟରେ ନିଆଁ ଲଗାଇଦେଇଛନ୍ତି। ଏହାର ଜବାବରେ ଆସାମ ସରକାର ୪ ଜଣ ଏଡିଜିଙ୍କୁ ବଦଳି କରିଦେଇଛନ୍ତି।

{"id":196930,"sizeSlug":"large"}

ନାଗରିକତା ସଂଶୋଧନ ବିଲ୍ ନେଇ ହେଉଥିବା ବିରୋଧ ସମ୍ପର୍କରେ କେନ୍ଦ୍ର ଗୃହ ସଚିବ ଅମିତ ଶାହଙ୍କୁ ସୂଚନା ଦେଇଛନ୍ତି। ଆସାମ ସରକାରଙ୍କ ନିବେଦନ ଅନୁସାରେ କେନ୍ଦ୍ର ଗୃହମନ୍ତ୍ରାଳୟ ଆସାମ କ୍ୟାଡର ଆଇପିଏସ୍ ଜି.ପି. ସିଂହଙ୍କୁ ଆସାମ ପଠାଇଥିବା ଜଣାପଡିଛି। ସିଂହ ୧୯୯୧ ବ୍ୟାଚ୍ ର ଆଇପିଏସ୍ ଅଫିସର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.