ନିୟମ ଉଲ୍ଲଂଘନ କଲେ ମେଘାଳୟ ମୁଖ୍ୟମନ୍ତ୍ରୀ, କରୋନା ସଂକ୍ରମିତ ଥାଇ କଲେ ପତାକା ଉତ୍ତୋଳନ

Published By : Prameya-News7 Bureau | January 26, 2022 IST

ନୂଆଦିଲ୍ଲୀ,୨୬/୦୧:  କରୋନା ସଂକ୍ରମିତ ଥାଇ ପତାକା ଉତ୍ତୋଳନ କରିବାକୁ ଯାଇ ବିବାଦରେ ମେଘାଳୟ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା କରୋନା କଟକଣା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ମେଘାଳୟର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ କରୋନା ପଜିଟିଭ ଟିହ୍ନଟ ହେବା ପରେ ନିଜକୁ ଆଇସୋଲେଟ କରି ରଖିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଗଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଗତ ୨୧ ତାରିଖରେ କୋରନାଡ ସଙ୍ଗମାନ କରୋନାରେ ସଂକ୍ରମିତ ହୋଇଥିଲେ। ଏହାସତ୍ତ୍ୱେ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିୟମ ଉଲ୍ଲଂଘନକୁ ସମାଲୋଚନା କରାଯାଉଛି।  

wp:html /wp:html

ଗତ ଶୁକ୍ରବାର ନିଜେ ମେଘାଳୟ ମୁଖ୍ୟମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଥିଲେ । ସମାନ୍ୟ ଲକ୍ଷଣ ଦେଖାଦେଇଥିବା ସେ କହିଥିଲେ। ସୂଚନାଯୋଗ୍ୟ ଯେ, ସ୍ୱାସ୍ଥ୍ୟ ବିଭାଗର ନୂଆ ଗାଇଡଲାଇନ ଅନୁସାରେ କରୋନା ସଂକ୍ରମିତ ରୋଗୀଙ୍କୁ ୭ ଦିନ ଆଇସୋଲେସନରେ ରହିବାକୁ ପଡିବ । ତେବେ ମୁଖ୍ୟମନ୍ତ୍ରୀ ଏହି ଗାଇଡଲାଇନର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।

wp:html /wp:html

ସୂଚନାଯୋଗ୍ୟ, ବୁଧବାର ମେଘାଳୟରୁ କରୋନାର ୩୯୨ ନୂଆ ମାମଲା ଚିହ୍ନଟ ହୋଇଥିଲା, ଯାହା ମଙ୍ଗଳବାର ତୁଳନାରେ ପାଞ୍ଚ କମ । ଏହାସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯ ହଜାର ୫୩୩ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.