Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଅଣପେଶାଦାର ବ୍ୟବହାର ଏବଂ ନଖରାମି ଦେଖାଇବା ଯୋଗୁଁ ଅନୁଷ୍କା ସେନଙ୍କୁ ରିପ୍ଲେସ୍ କଲେ ମେଘା ରାୟ : ବହୁତ ଦିନ ପର୍ଯ୍ୟନ୍ତ ସହିଲୁ ବୋଲି କହିଲେ ପ୍ରଡ୍ୟୁସର

11/11/2020 at 12:54 PM

ମୁମ୍ବାଇ ୧୧/୧୧: ଜି ଟିଭିର ଶୋ ‘ଅପନା ଟାଇମ୍ ଭି ଆଏଗା’ରେ ରାଣୀ ସିଂହଙ୍କ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅନୁଷ୍କା ସେନଙ୍କୁ ମାତ୍ର ୧୮ ଏପିସୋଡ ପରେ ହିଁ ଶୋରୁ ରିପ୍ଲେସ୍ କରାଯାଉଛି। ଅଭିନେତ୍ରୀଙ୍କୁ ଶୋରୁ ବାହାର କରାଯିବା ପଛରେ ତାଙ୍କ ସେଟରେ ଲଗାତାର ଢଙ୍ଗ ଦେଖାଇବା ଏବଂ ଅନପ୍ରୋଫେସନାଲ୍ ବ୍ୟବହାର ଥିବା କୁହାଯାଉଛି। ଏବେ ଅନୁଷ୍କା ଏଥିରୁ ବାହାରିଯିବା ପରେ ଦିଲ୍ ୟେ ଜିଦ୍ଦି ହେ ଅଭିନେତ୍ରୀ ମେଘା ରାୟ ତାଙ୍କ ସ୍ଥାନ ନେବେ।

ଶୋର ପ୍ରଡ୍ୟୁସର ବେଦ ରାଜ ସାକ୍ଷାତକାରରେ ଅନୁଷ୍କାଙ୍କୁ ଶୋରୁ ବାହାର କରିବାର କାରଣ ବିଷୟରେ କହିଥିଲେ ଯେ ମାତ୍ର ୧୮ଏପିସୋଡ ପରେ ହିଁ ମୁଖ୍ୟ ନାୟିକାକୁ ବଦଳିବା ତାଙ୍କ ପାଇଁ ସହଜ ନିଷ୍ପତ୍ତି ନଥିଲା। ଅନୁଷ୍କା ଶୋ ଆରମ୍ଭରୁ ହିଁ ଏପରି ନଖରାମି ଦେଖାଉଥିଲେ କିନ୍ତୁ ସେମାନେ ଭାବିଥିଲେ ଯେ ସମୟ ସହ ସବୁ କିଛି ଠିକ୍ ହୋଇଯିବ। କିନ୍ତୁ ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା।

ଆଗକୁ ବେଦ କହିଥିଲେ ଯେ ଅନୁଷ୍କା ଜରୁରୀ ସିନ୍ ବେଳେ ଇସ୍ୟୁ କରୁଥିଲେ ଯେଉଁଥିରେ ସେ ଘରର କାମ କରୁଥିବାର ଦେଖାଯିବାର ଥିଲା। ଏପରି କ୍ଷେତ୍ରରେ ଅନୁଷ୍କା ଲଗାତାର ବଡି ଡବଲର ଡିମାଣ୍ଡ କରୁଥିଲେ। ସେ କିନ୍ତୁ ନିଜ ସୋସିଆଲ୍ ମିଡିଆ ଇମେଜକୁ ନେଇ ବିଚଳିତ ହେଉଥିଲେ ଯାହା ଜରିଆରେ ତାଙ୍କୁ ଫଲୋଇଙ୍ଗ୍ ମିଳୁଥିଲେ।

ଗତ ସପ୍ତାହେ ହେବ ଅନୁଷ୍କାଙ୍କୁ ଶୋରୁ ବାହାର କରାଯିବାର ଖବର ଶୁଣିବାକୁ ମିଳୁଥିଲା। ଏହି ଖବରକୁ ପଢ଼ି ଅନୁଷ୍କା ଏତେ ରାଗିଯାଇଥିଲେ ଯେ ସେ ସେଟକୁ ଆସିବା ଛାଡ଼ିବା ଦେଇଥିଲେ। ସେଥିପାଇଁ ସେ ଶୋ ପାଇଁ ନୂଆ ଅଭିନେତ୍ରୀ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଅଭିନେତ୍ରୀଙ୍କୁ ରିପ୍ଲେସ୍ କରିବା ଶୋ ପାଇଁ ବଡ଼ ରିସ୍କ ହୋଇପାରେ କିନ୍ତୁ ତାଙ୍କ ପାଖରେ ଆଉ କୌଣସି ରାସ୍ତା ନଥିଲା।

କିଛି ଦିନ ତଳେ ଅନୁଷ୍କା ଲଗାତାର ଶୋରେ କାମ କରୁ କରୁ ବେହୋଶ ହୋଇ ଯାଇଥିଲେ। ଏହା ପରେ ତୁରନ୍ତ ସେଟରେ ମେଡିକାଲ୍ ଟିମ୍ ଡକାଯାଇଥିଲା ଯାହା ପରେ ତାଙ୍କୁ କିଛି ଦିନ ଆରାମ କରିବାକୁ ପରାମର୍ଶ ଦିଆଯାଇଥିଲା।

   Related Posts