ବାରଙ୍ଗ ୧୦।୧୧: କଟକ ଅରିଲୋଠାରେ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ପ୍ଲାଣ୍ଟରୁ ଦୈନିକ ୫ଲକ୍ଷ ଲିଟର ଦୁଗ୍ଧ ଓ ୨ଲକ୍ଷ ଲିଟର ଗୁଣ୍ଡ ଦୁଗ୍ଧ ଉତ୍ପାଦନ ହେବ । ୨୬୩କୋଟି ଟଙ୍କା ଖର୍ଚ୍ଚରେ ପ୍ରତିଷ୍ଠା ହୋଇଛି ଏହି ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ । ଏଥିରେ ନିଯୁକ୍ତି ବଢ଼ିବା ସହ ଉପକୃତ ହେବେ ୬ଲକ୍ଷ ଦୁଗ୍ଧ ଚାଷୀ ।
{"id":541704,"sizeSlug":"full","linkDestination":"none"}ଏହି ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟର ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ଏକ ବ୍ୟାଟେରୀ ଚାଳିତ ଗାଡ଼ିରେ ପୂରା ପ୍ଲାଣ୍ଟ ବୁଲିବା ପରେ ଓମଫେଡ୍ର ମିଠା ଦହି ଖାଇଥିଲେ । ଏହି ମିଠା ଦହିକୁ ନବୀନ ବେଶ୍ ପସନ୍ଦ ମଧ୍ୟ କରିଥିଲେ । ମିଠା ଦହିର ସ୍ବାଦକୁ `ଏକ୍ସଲେଣ୍ଟ’ କହି ପ୍ରଶଂସା କରିବା ସହ ଏହାକୁ ଅର୍ଡ଼ର କରିବେ ବୋଲି କହିଥିଲେ ।
{"id":541705,"sizeSlug":"full","linkDestination":"none"}ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଏହି ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟ ରାଜ୍ୟରେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନ, ବଣ୍ଟନ ଓ ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବ । ଏହି ଅତ୍ୟାଧୁନିକ ପ୍ଲାଣ୍ଟର ଲୋକାର୍ପଣ ଅବସରରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓମଫେଡ୍ର ବିକାଶରେ ପ୍ରାୟ ୩ ଲକ୍ଷ ଚାଷୀଙ୍କ ଅବଦାନ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ସେମାନଙ୍କ ସ୍ବାର୍ଥ ରକ୍ଷା ନେଇ ଓମଫେଡ୍ କାର୍ଯ୍ୟ କରିଆସୁଛି । ଏହି ପ୍ଲାଣ୍ଟରୁ ଦୈନିକ ୫ ଲକ୍ଷ ଦୁଗ୍ଧ ପ୍ରସେସିଂ କରାଯିବା ସହ ଗୁଣ୍ଡ ଦୁଗ୍ଧ, ଦହି, ଲହୁଣୀ, ଲସି, ଘିଅ, ପନୀର ଓ ଫ୍ଲେଭର୍ଡ ମିଲ୍କ ଆଦି ପ୍ରସ୍ତୁତ କରାଯାଇ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇଦିଆଯିବ ।
{"id":541706,"sizeSlug":"full","linkDestination":"none"}ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀ ଭାଇର ରୋଜଗାର ବଢାଇବା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ପ୍ରୋସେସିଂ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛନ୍ତି । ତେଣୁ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସୁଯୋଗ ନେଇ ରାଜ୍ୟର ବିକାଶରେ ଭାଗୀଦାର ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।
{"id":541707,"sizeSlug":"full","linkDestination":"none"}ଗତ ୨ ଦଶକରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୩ ଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ ଲକ୍ଷ ୭୫ ହଜାର ମେଟ୍ରିକ ଟନ୍ ଥିବା ବେଳେ ୨୦୨୦ରେ ଏହା ୨୩ ଲକ୍ଷ ୭୦ ହଜାର ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଓମଫେଡ ଦ୍ବାରା ସଂଗୃହିତ ୫ ଲକ୍ଷ ଲିଟର ଦୁଗ୍ଧ ଓମଫେଡର ୪୦୫ଟି ଶୀତଳକରଣ କେନ୍ଦ୍ରରେ କରାଯାଉଛି ଏବଂ ୧୩ଟି ପ୍ଲାଣ୍ଟରେ ପ୍ରକ୍ରିୟାକରଣ କରାଯାଉଛି ।