କରୋନା ରୋକିବାକୁ ଭୁବନେଶ୍ଵରରେ ଆରମ୍ଭ ହେଲା ମେଗା ହେଲ୍‌ଥ ସ୍କ୍ରିନିଙ୍ଗ, ଡୋର ଟୁ ଡୋର ବୁଲି କରାଯାଉଛି ଯାଞ୍ଚ

Published By : Prameya-News7 Bureau | September 11, 2020 IST

ଭୁବନେଶ୍ଵର ୧୧।୦୯: ଭୁବନେଶ୍ଵରରେ କରୋନାକୁ ମାତ ଦେବାକୁ  ଆରମ୍ଭ ହେଲା ମେଗା ହେଲ୍‌ଥ ସ୍କ୍ରିନିଙ୍ଗ। ଆଜି  ରାଜଧାନୀ ଭୁବନେଶ୍ଵରରେ ଡୋର ଟୁ ଡୋର ବୁଲି କରୋନା ହେଲ୍‌ଥ ସ୍କ୍ରିନିଙ୍ଗ  କରାଯାଇଛି। ସେପଟେ ରାପିଡ ରେସପନ୍ସ ଟିମକୁ  ସୁଦୃଢ ସହ କରୋନା ମୁବାକିଲା ପାଇଁ ଭୁବନେଶ୍ଵରର ବିଭିନ୍ନ ଜୋନରେ ଆଜିଠୁ  ଯୋଗଦେଇଛନ୍ତି ୧୦୦ ଆୟୂଷ ଡାକ୍ତର।

ଗଂଜାମ ଷ୍ଟ୍ରାଟେଜି ପାଇଁ ରାଜଧାନୀରେ ଲାଗୁ ହୋଇଛି ଆକ୍ସନ ପ୍ଲାନ। ଡୋର ଟୁ ଡୋର ବୁଲି  ରାଜଧାନୀରେ ଚାଲିଛି କରୋନା ହେଲ୍‌ଥ ସ୍କ୍ରିନିଙ୍ଗ। କରୋନା ମୁକାବିଲା ପାଇଁ  ସ୍ଵତନ୍ତ୍ର ରଣ ନିତି ଆପଣାଇଛି ବିଏମସି। ସପ୍ତାହକ ମଧ୍ୟରେ ରାଜଧାନୀରୁ କରେନା କମାଇବାକୁ  ଯେଉଁ ଯୋଜନା  ହୋଇଥିଲା ତାକୁ ଆଉ ପାଦେ ଆଗକୁ ନେଇଛି ବିଏମସି। ପର୍ଯ୍ୟ‌ାୟ  କ୍ରମେ ରାଜଧାନୀ ସମସ୍ତ ଓ୍ଵାର୍ଡରେ  ହେଲ୍‌ଥ ସ୍କ୍ରିନିଂ କରାଯିବ।

ଆସନ୍ତା କାଲି ଠାରୁ ଏହାକୁ ଅଧିକ ବ୍ୟାପକ କରାଯିବ। କୋଭିଡ ମୁକାବିଲା ପାଇଁ  ରାଜଧାନୀରେ ୧୦୦ ଜଣ ଆୟୂଷ  ଡାକ୍ତର ୫୦ ଏମଏଏମ ଓ  ୧୪୦ ଶିକ୍ଷକଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ଏନେଇ  ସାନିଟାରି ଇନିସପେକ୍ଟର, ବିଏମସି ସ୍ବାସ୍ଥ୍ୟ ଅଧିକାରୀ କୋଭିଡ ସଚେତକ ମାନଙ୍କୁ  କୋଭିଡ ମୁକାବିଲା ପାଇଁ ଟିପ୍ସ ଦିଆଯାଇଛି। ବିଏମସି ପାଇଁ  କୋଭିଡ ପରିଚାନଳା  ଦାୟିତ୍ଵରେ ଅଛନ୍ତି ଅତିରିକ୍ତ କମିଶନର  ପାରୁଲ ପଟଓ୍ବାରୀ।

ସେପଟେ ଗଂଜାମ ମଡେଲ   ଭଳି ରାଜଧାନୀରେ   ଲକ୍ଷଣ ଯୁକ୍ତ ଲୋକଙ୍କ   ଟେଷ୍ଟ କରାଯିବ। ଯେପରି କୌଣସି କଲୋନୀ, ଓ୍ବାର୍ଡରେ ଲକ୍ଷଣଯୁକ୍ତ ଲୋକ  ରହି ନଯାଆନ୍ତି ସେ ନେଇ    ଅଣ ବସ୍ତି ଅଞ୍ଚଳରେ ୧୦୦ ପ୍ରତିଶତ  ହେଲ୍‌ଥ ସ‌େର୍ଭ କରାଯିବ। ତିନି ସପ୍ତାହ ବ୍ୟାପି ଏଭଳି କାର୍ଯ୍ୟକ୍ରମ ଚାଲିବ। ଏହି ସର୍ଭେ  କାମର ବିସ୍ତୃତ ରିପୋର୍ଟ ଗୁଡିକ ବିଏମସି ପାଖରେ ପହଂଚିବ । ଜୋନାଲ ଟେପୁଟି କମିଶନରଙ୍କ ସହ କୋଭିଡ ସଚେତନ, ନଗର ସ୍ବାସ୍ଥ୍ୟ  ଅଧିକାରୀ, ସାନିଟାରି ଇନିସପେକଟର ମାନଙ୍କୁ ଆାଲର୍ଟ ରଖାଯାଇଛି। 

ଭୁବନେଶ୍ବରରେ ଓ୍ବାନ ଓ୍ବିକ କୋଭିଡ  ଚ୍ୟାଲେଞ୍ଚ ସରକାରଙ୍କ ପାଇ କିଛିଟା କ୍ଷେତ୍ରରେ ଚ୍ୟାଲେଞ୍ଚ ହୋଇ ପାରେ। ଗଂଜାମରେ ଅନଲକ ଥ୍ରୀ ପରିସ୍ଥିତି ଥିବା ବେଳେ  ରାଜଧାନୀରେ ଅନଲକ ୪ ପରିସ୍ଥିତ ଅଛି। ଫଳରେ  ଗମନା ଗମନ ,ଲୋକଙ୍କ ଚଳାଚଳ ବଢିଛି।  ଯାହା ଫଳରେ ଭୁବନେଶ୍ବର ପାଇଁ  ଚ୍ୟାଲେଞ୍ଚ ହୋଇପାରେ ବୋଲି କହିଛନ୍ତି ରାଜଧାନୀବାସୀ। ଏହି  ସମୟରେ ସରକାରଙ୍କ କୋଭିଡ ନିତି ନିୟମ ମାନି  ଚଳିଲେ ରାଜଧାନୀରେ କେରୋନାକୁ ମାତ ଦେଇ ହେବ ବୋଲି କହିଛନ୍ତି ରାଜଧାନୀ ବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.