ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ

Published By : Prameya-News7 Bureau | January 23, 2021 IST

ବରଗଡ, ୨୩।୦୧ : ବରଗଡରେ ଚାଷୀମାନେ ଏକତ୍ର ହୋଇ ଏକ ବିଶାଳ ସମାବେଶ କରିଛନ୍ତି । ଅଖିଳ ଭାରତୀୟ କୃଷକ ସଙ୍ଗଠନର ଆହ୍ୱାନ କ୍ରମେ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ଓ ଜୟକିସାନ ଆନ୍ଦୋଳନର ମିଳିତ ପରିଚାଳନାରେ ଶନିବାର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଏହି ସମାବେଶରେ ୧୦ ଜିଲ୍ଲାର ପ୍ରାୟ ୫ ହଜାର ଚାଷୀ ଉପସ୍ଥିତ ରହି କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରିଥିଲେ। ଲିଙ୍ଗରାଜ ଓ ଅଶୋକ ପ୍ରଧାନଙ୍କ ସମେତ ସବୁ ଜିଲ୍ଲାର ପ୍ରତିନିଧିମାନେ ଉଦବୋଧନ ଦେଇ ଆଇନକୁ ବିରୋଧ କରିଥିଲେ।

ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ଆଜି ୫୮ ଦିନରେ ପହଞ୍ଚିଥିଲେ ବି କେନ୍ଦ୍ର ସରକାର କୌଣସି ଟୋସ୍ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଏନେଇ କୃଷକ ନେତାମାନେ ଅସନ୍ତୋଷ ବ୍ୟକ୍ତ କରି ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.