ଆସନ୍ତାକାଲି ପୁରୀ ସମୁଦ୍ର ଉପକୂଳରେ ୧୦୦କିଲୋମିଟର ପର୍ଯ୍ୟନ୍ତ୧୯ଟି ସ୍ଥାନରେ ସଫେଇ, ଦାୟିତ୍ବରେ ନବ ନିଯୁକ୍ତ ଆଇଏଏସ୍

Published By : Prameya-News7 Bureau | September 20, 2019 IST

ପୁରୀ୨୦|୯; ଆସନ୍ତାକାଲି ଇଣ୍ଟରନ୍ୟାସନାଲ କୋଷ୍ଟାଲ କ୍ଲିନ୍‌ ଡେ ଅବସରରେ  ପୁରୀ ସମୁଦ୍ର ଉପକୂଳରେ ୧୦୦କିଲୋମିଟର ପର୍ଯ୍ୟନ୍ତ୧୯ଟି ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରାଯିବ । ଏଥିରେ ଭାଗନେବେ ୧୦ହଜାରରୁ ଅଧିକ ଲୋକ ।  ଏହି ମେଗା ବେଳାଭୂମି ସଫେଇ କାର୍ଯ୍ୟକ୍ରମ ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ନବନିଯୁକ୍ତ ଯୁବ ଆଇଏଏସ୍‌ ।….

{"id":160290}

ଆସନ୍ତାକାଲି ଇଣ୍ଟରନ୍ୟାସନାଲ କୋଷ୍ଟାଲ କ୍ଲିନ୍ ଡ଼େ। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଗା ବେଳାଭୂମି ସଫେଇ କାର୍ଯ୍ୟକ୍ରମ କରାଯିବ। ପୁରୀ ସମୁଦ୍ର ଉପକୂଳରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ବେଳାଭୂମିକୁ ୧୯ଟି ସ୍ଥାନରେ ହେବାକୁ ଥିବା ଏହି ସଫେଇ କାର୍ଯ୍ୟକ୍ରମରେ ୧୦ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିବେ ।

{"id":160291}

ପୁରୀରୁ ଚନ୍ଦ୍ରଭାଗା, ଅସ୍ତରଙ୍ଗ, ବ୍ରହ୍ମଗିରି ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ସଫେଇ କରାଯିବ । ଆସନ୍ତାକାଲି ସକାଳ ୬ଟା ରୁ ୭ଟା ଏକଘଣ୍ଟା ଧରି ସଫେଇ କରାଯିବ । ବେଳାଭୂମି ସଫେଇ ସହ ଆସନ୍ତକାଲି ଠାରୁ ବେଳାଭୂମିରେ ମାଗଣାରେ ଯୋଗ ଶିବିରର ଆୟୋଜନ କରାଯିବ। 

{"id":160292}

ବେଳାଭୂମିକୁ ପ୍ରଦୂଷଣରୁ ରକ୍ଷା କରିବା,  ପ୍ଲାଷ୍ଟିକର ବ୍ୟବହାରକୁ ସଂପୂର୍ଣ୍ଣ ବନ୍ଦ କରିବା ଏବଂ ବେଳାଭୂମିକୁ ସଂପୁର୍ଣ୍ଣ ସ୍ବଚ୍ଛ ରଖିବା ଉଦେଶ୍ୟରେ ଏଭଳି ମେଗା ବେଳାଭୂମି ସଫେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

{"id":160293}

ସ୍କୁଲ, କଲେଜ ଛାତ୍ର ଛାତ୍ରୀ, ଏନସିସି, ସ୍କାଉଟ ଏବଂ ଗାଇଡ଼, ଲାଇଫଗାର୍ଡ଼, ଫଟୋଗ୍ରାଫର, ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧି, ପ୍ରଶାସନିକ ଅଧିକାରୀ ସମସ୍ତେ ନିଜ ବେଳାଭୂମିର ସୁରକ୍ଷା ଏବଂ ପରିଷ୍କାର ପରିଛନ୍ନତା ପାଇଁ ଏଭଳି କାର୍ଯ୍ୟକ୍ରମରେ ସାମିଲ ହେବେ। ପ୍ରତ୍ୟେକ ଜୋନ୍ ଓ ସେକ୍ଟର ଦାୟିତ୍ବରେ ରହିବେ ଅଧିକାରୀ।                         

{"id":160294}

ପୁରୀ ବେଳାଭୂମିର ସଫେଇ କାର୍ଯ୍ୟ ସହିତ ବ୍ଲୁ ଫ୍ଲାଗ୍‌ ବିଚ୍‌, ବାଙ୍କି ମୁହାଣର ଉନ୍ନତି କରଣ, ବେଳାଭୂମିରେ ଭେଣ୍ଡିଂ ଜୋନ୍‌ ଉପରେ ବିଭିନ୍ନ କାର୍ଯ୍ୟାକ୍ରମ କରିବାକୁ ଯୋଜନା କରିଛି ଜିଲ୍ଲା ପ୍ରଶାସନ ।

{"id":160295}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.