ଅମିତାଭ ବଚ୍ଚନଙ୍କ ନାତୁଣୀ ନାଭ୍ୟା ନାଭେଲୀ ନନ୍ଦାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ମିଜାନ ଜାଫରୀ ! ରିଲେସନସିପକୁ ନେଇ ଏପରି କହିଲେ…

Published By : Prameya-News7 Bureau | January 04, 2021 IST

ମୁମ୍ବାଇ ୦୪/୦୧ : ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନଭ୍ୟା ନଭେଲି ନନ୍ଦା ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସାର୍ବଜନୀନ କରିଛନ୍ତି । ଏବେ ଜାଭେଦ୍ ଜାଫରୀଙ୍କ ପୁଅ ମିଜାନ୍ ଜାଫରୀଙ୍କ ନାଁକୁ ନାଭ୍ୟାଙ୍କ ସହ ଯୋଡାଯାଉଛି । ଦୁହେଁ ରିଲେସନସିପରେ ଥିବା ନେଇ ଏବେ ଲାଇମଟାଇମରେ ଚର୍ଚ୍ଚା ଜୋର ଧରିଛି । ଏକ ସାକ୍ଷାତକାରରେ ମିଜାନ୍ ଜାଫରୀ ନାଭିଆଙ୍କ ସହ ସମ୍ପର୍କ ଏବଂ ବିବାହ ବିଷୟରେ କହିଥିଲେ ।

ଇଣ୍ଟରଭ୍ୟୁ ବେଳେ ମିଜାନଙ୍କୁ ପଚରାଯାଇଥିଲା ଯେ, ଯଦି ଆପଣଙ୍କୁ ମାରିବା, ବିବହା କରିବା ଏବଂ ହୁକ୍ ଅପ୍ କରିବା ପାଇଁ ସାରା ଅଲ୍ଲୀ ଖାନ, ନଭ୍ୟା ନଭେଲି ନନ୍ଦା ଏବଂ ଅନନ୍ୟା ପାଣ୍ଡେଙ୍କ ମଧ୍ୟରୁ କାହାକୁ ବାଛିବେ, ଆପଣଙ୍କ ଜବାବ କଣ ହେବ? ଏହାର ଉପ​‌ରେ ମିଜାନ କହିଥିଲେ ସେ ନାଭ୍ୟାଙ୍କୁ ବିବହ କରିବାକୁ ଚାହିଁବେ,  ହୁକ୍ ଅପ୍ ସାରାଙ୍କ ସହିତ ଏବଂ ଅନନ୍ୟା ପାଣ୍ଡେଙ୍କୁ ମାରିବାକୁ ଚାହିଁବେ ।

ଏହି ଇଣ୍ଟରଭ୍ୟୁରେ ନାଭ୍ୟାଙ୍କ ସହ ତାଙ୍କ ନାଁ ଯୋଡା ଯିବାକୁ ନେଇ ମଧ୍ୟ କହିଥିଲେ । ସେ କହିଥିଲେ, ଆମ ଦୁଇଜଣଙ୍କ ମଧ୍ୟରେ ସେଭଳି କୌଣସି ସମ୍ପର୍କ ନାହିଁ । ମନ୍ଧୁତ୍ବର ମଧ୍ୟ ଗୋଟିଏ ରିଲେସନସିପ୍‌ ଥାଏ । ମିଜାନ ଏବଂ ନାଭ୍ୟା ଉଭୟ ନ୍ୟୁୟର୍କରେ ପଢୁଥିଲେ । ୨୦୧୯ରେ ଉଭୟଙ୍କୁ ଏକ ଫିଲ୍ମ ଡେଟ୍‌ରେ ଦେଖିବାକୁ ମିଳିଥିଲା । ଏହା ପରେ ଉଭୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ମିଜାନ ସେହିବର୍ଷ ମଲାଲ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.