ବାଣ ବିକ୍ରି ନେଇ ଦ୍ଵନ୍ଦରେ ବ୍ୟବସାୟୀ ଓ ଜନତା, ଗଞ୍ଜାମ ପ୍ରଶାସନର ବୈଠକ

Published By : Prameya-News7 Bureau | November 02, 2021 IST

ଖଲ୍ଲିକୋଟ, ୦୨।୧୧:ଆଉ ମାତ୍ର କିଛି ଦିନ ପରେ  ଆସୁଛି ଦୀବାବଳି । ଆଲୋକର ଏହି ପର୍ବକୁ ପାଳନ କରିବା ପାଇଁ ଲୋକେ ପ୍ରସ୍ତୁତି ଶେଷ କଲେଣି ।  ତେବେ ପରିବେଶ ପ୍ରଦୂଷଣକୁ ଆଖି ଆଗରେ ରଖି ଏଥର ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପରିବର୍ତ୍ତେ ଗ୍ରୀନ୍ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ସଂନ୍ଧ୍ୟାରେ ଭିଡିଓ କନଫ୍ରେନ୍ସ ଜରିଆରେ ସମସ୍ତ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ଗଂଜାମ ଜିଲ୍ଲାରେ ମଙ୍ଗଳବାର ସୁଦ୍ଧା ଜଣକୁ ମଧ୍ୟ ବାଣ ବିକ୍ରି ପାଇଁ ଲାଇସେନ୍ସ ଦିଆଯାଇନି । କେବଳ ସବୁଜ ବାଣ ବିକ୍ରି ପାଇଁ ଆବେଦନ କରିହେବ । ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏଥିଲାଗି କୌଣସି ସବୁଜ ବାଣ ବିକ୍ରି ପାଇଁ ଡିଲର ଗଂଜାମ ଜିଲାପ୍ରଶାସନ ଠାରୁ ଲାଇସେନ୍ସ ନେଇନାହାଁନ୍ତି । ସବୁଜ ବାଣ ବିକ୍ରି ପାଇଁ ଲାଇସେନ୍ସ ଆବେଦନ କରିବା ଲାଗି ପେସୋ ସାର୍ଟିଫିକେସନ ସହ ଷ୍ଟକ୍ ଯାଂଚ ଦେଖାଇବା ଜରୁରୀ ରହିଛି । ସ୍ଥାନୀୟ ତହସିଲଦାରମାନେ ଏହି ଷ୍ଟକ୍ ଯାଂଚ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଉପଜିଲ୍ଲାପାଳମାନେ ଏହାକୁ ମନିଟରିଂ କରିବେ । ନିଜ ସ୍ତରରେ ବୈଠକ କରି ସରକାର ଓ ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ବୈଠକରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.