Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଆମ ଆଦମୀ ପାର୍ଟିର ବୈଠକ, ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ଦଳ

13/10/2021 at 8:56 PM

ପାଟଣା, ୧୩।୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ବୈତରଣୀ ନଦୀ କୂଳରେ ବୁଧବାର  ଆମ୍ ଆଦମୀ ପାର୍ଟି ତରଫରୁ  ଏକ ବୈଠକ ଅନୁଷ୍ଠିତ ହୋଇଛି । ପାଟଣା ପର୍ଯ୍ୟବେକ୍ଷକ ଶଶାଙ୍କ ଶେଖର ସାହୁଙ୍କ ନେତୃତ୍ୱରେ ପାଟଣା ଓ ସାହାରପଡା କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏହି ବୌଠକ ହେଇଥିଲା। ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ମେଘନାଥ ମାଝୀ ଯୋଗ ଦେଇ ପାର୍ଟିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।

ପାଟଣା ଓ ସାହାରପଡାର ବିଭିନ୍ନ ଅଞ୍ଚଳର ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ବାରିକ ଆଗାମୀ ପଞ୍ଚାୟତ ନିର୍ବାଚନ ଉପରେ ଆଲୋଚନା କରିବା ସହ  ଆଗାମୀ ପଞ୍ଚାୟତ ନିର୍ବାଚନରେ ପାର୍ଟି ସମସ୍ତ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ପ୍ରାର୍ଥୀ ଦେବ ବୋଲି ନିଷ୍ପତି ନିଆଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଚିତ୍ତରଞ୍ଜନ ନାଏକ, ସୁମନ୍ତ ସେଠୀ, ସଙ୍କୀର୍ତ୍ତନ ନାଏକ, ରବୀନ୍ଦ୍ର ସୋରେନ୍, ରାଜୀବ ଲୋଚନ ମୁଣ୍ଡାରୀ, ପ୍ରମୋଦ କୁମାର ଦେହୁରୀ, ଶରତ କୁମାର ମହାନ୍ତ, ରବୀନ୍ଦ୍ର ନାଥ ନାଏକ, ନିରାକାର ନାଏକ, ପଦ୍ମାବତୀ ମହାନ୍ତ, ପଦ୍ମିନୀ ମହାନ୍ତ, କବିତା ମହାନ୍ତ, ଦମୟନ୍ତୀ ସେଠୀ, ସନ୍ଧ୍ୟା ରାଣୀ ବେହେରା, ଉମେଶ ଚନ୍ଦ୍ର ବେଜ୍, ଅମୂଲ୍ୟ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ।

   Related Posts