କରୋନା ମୁକାବିଲା : ଡିଜିପି କ୍ୟାମ୍ପ ଅଫିସରେ ଗୁରୁତ୍ବପୂର୍ଣ୍ଣ ବୈଠକ

Published By : Prameya-News7 Bureau | March 16, 2020 IST

ଭୁବନେଶ୍ବର ୧୬।୦୩:  କରୋନା ମୁକାବିଲା ନେଇ ଡିଜିପିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ। ଭୁବନେଶ୍ବର ସ୍ଥିତ ଡିଜିପି କ୍ୟାମ୍ପ ଅଫିସରେ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଯାଇଛି ।ବୈଠକରେ ପୋଲିସ କମିଶନର, ଭୁବନେଶ୍ବର ଡିସିପି, ଆଇନଶୃଙ୍ଖଳ ଆଇଜି ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ବୈଠକରେ କିପରି କରୋନା ମୁକାବିଲା ନେଇ ପୋଲିସ ପ୍ରଶାସନର ପ୍ରସ୍ତୁତି ନେଇ ଆଲୋଚନା ହେବ ।

ସାରାବିଶ୍ବରେ ମାରାତ୍ମକ ରୂପ ନେଇସାରିଛି କରୋନା ଭାଇରସ । ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ମୃତ୍ୟୁ ସଂଖ୍ୟା ୪୬ଶହ ପାର ହେଲାଣି । ଏପଟେ ଆଜି ଓଡିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଏବଂ କ୍ୟାପିଟାଲ ହସ୍ପିଟାଲ୍‌ରେ ଚିକିତ୍ସା ଜାରି ରହିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.