ଆଜି ଦିଲ୍ଲୀରେ କଂଗ୍ରେସର ମନ୍ଥନ ବୈଠକ, ରାଜ୍ୟ ନିର୍ବାଚନ ଓ ଦଳୀୟ ସ୍ଥିତି ଉପରେ ହେବ ଆଲୋଚନା

Published By : Prameya-News7 Bureau | October 26, 2021 IST

ଭୁବନେଶ୍ୱର ୨୬।୧୦: ଆଜି ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦଳର ସମସ୍ତ ମହାସଚିବ ଏବଂ ପ୍ରଭାରୀ ଏହି ବୈଠକରେ ଉପସ୍ଥିତ ରହିବେ । ସୋନିଆ ଗାନ୍ଧି ଏହି ବୈଠକରେ ଅଧ୍ୟକ୍ଷତାରେ କରିବେ । ସମସ୍ତ ରାଜ୍ୟର ପ୍ରଭାରୀ ଏହି ବୈଠକରେ ଉପସ୍ଥିତ ରହିବେ ।  

ଆଜିର ଏହି ବୈଠକରେ ଆଗାମୀ ଦିନରେ ଅନେକ ରାଜ୍ୟରେ ହେବାକୁ ଥିବା ନିର୍ବାଚନ, କଂଗ୍ରେସ ସ୍ଥିତି, ସଦସ୍ୟତା ଏବଂ ଆଗାମୀ ଦିନର ଦଳର ରଣନୀତି ଉପରେ ଆଲୋଚନା ହେବ ନେଇ ସୂଚନା ମିଳୁଛି । ଏହି ବୈଠକରେ  ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ରହିବେ । ତେବେ ୩ ଦିନ ତଳେ ନିରଞ୍ଜନ ପଟ୍ଟନାୟକ ମଧ୍ୟ ସୋନିଆ ଗାନ୍ଧୀ ଓ କେସି  ବେଣୁଗୋପାଲଙ୍କୁ ଦେଖା କରି ରାଜ୍ୟ କଂଗ୍ରେସର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ସେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ। ଓଡ଼ିଶା କଂଗ୍ରେସ ଉପରେ ମଧ୍ୟ ଆଲୋଚନା ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.