ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ

Published By : Prameya-News7 Bureau | February 24, 2021 IST

ଭଦ୍ରକ୨୪/୨: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବନ୍ତ ବ୍ଲକ ଅନ୍ତର୍ଗତ ଓଢଙ୍ଗ ପଞ୍ଚାୟତଠାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି, କାଳନ୍ଦୀ ସାମଲ, ଗୋଲକ ନାୟକଙ୍କ ସମେତ ନିର୍ବାଚନ ମଣ୍ଡଳୀ ନେତା ବଦ୍ରୀ ନାରାୟଣ ଧଳ, ଲୋକସଭା ପ୍ରାଥି ଅଭିମନ୍ୟୁ ସେଠି ପ୍ରମୁଖ ଯୋଗ ଦେଇଥିଲେ।

ମିଶ୍ରଣ ପର୍ବ ପୂର୍ବରୁ ରାଜ୍ୟ ସରକାରଙ୍କ ସମେତ କଂଗ୍ରେସର ପିସିସି ସଭାପତି ନିରଞ୍ଜନ ପଟ୍ଟନାକୟଙ୍କ ଉପରେ ବର୍ଷିଥିଲେ ବିଜେପି ନେତା। ଭଦ୍ରକ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ସଂପର୍କରେ ବିଜେପି ନେତା ଆଲୋଚନା କରିଥିଲେ। ବ୍ଲକରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ସମେତ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଏବଂ ବିଭିନ୍ନ ପଞ୍ଚାୟତର ୪୦୦ ଜଣ କଂଗ୍ରେସ ଓ ବିଜେଡି କର୍ମୀମାନେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ, ଏଥର ନିର୍ବାଚନରେ ଦ୍ୱିପାକ୍ଷିକ ଲଢେଇ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.