ବଲାଙ୍ଗୀର: ଦଶମ ଜିଲ୍ଲା ପରିଷଦ ବୈଠକରେ ହଟ୍ଟଗୋଳ, ଅଧାରୁ ସିଟ୍ ଛାଡିଲେ ସାଂସଦ ଓ ବିଧାୟକ
22/01/2021 at 3:23 PM

ବଲାଙ୍ଗୀର୨୨/୧: ବଲାଙ୍ଗୀର ଦଶମ ଜିଲ୍ଲା ପରିଷଦ ବୈଠକରେ ହଟ୍ଟଗୋଳ। ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ କଥା କଟାକଟି ହୋଇଥିଲା। ବୈଠକ ଅଧାରୁ ସିଟ୍ ଛାଡ଼ି ଚାଲି ଆସିଲେ ବଲାଙ୍ଗୀର ସାଂସଦ ସଙ୍ଗୀତ ସିଂ ଦେଓ। ବୈଠକ ଆରମ୍ଭ ରୁ ହିଁ ହେଲା ହଟଗୋଳ। ଚାଷୀଙ୍କ ସମସ୍ୟାକୁ ନେଇ ତାତିଲେ ଜିଲ୍ଲାରିଷଦଙ୍କ ଠାରୁ ସାଂସଦ ଓ ବିଧାୟକ। ଆଜି ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଦଶମ ଜିଲ୍ଲାପରିଷଦ ବୈଠକରେ।
ଚାଷୀଙ୍କ ସମସ୍ୟା ସମାଧାନ ହଉ ନ ଥିବା ବେଳେ ତା ସମାଧାନ ପାଇଁ ଅଲୋଚନା ହେବା ସହ ବୈଠକ ଅଧାରୁ ସିଟ ଛାଡି ଚାଲିଆସିଲେ ସାଂସଦ। ଜିଲ୍ଲାପାଳଙ୍କ ରୁଦ୍ଧଦ୍ବାର ବୈଠକରେ ବୁଝାସୁଝା ପରେ ପୁଣି ବୈଠକରେ ବସିଲେ ସାଂସଦ। ଚାଷୀଙ୍କ ସହ ପାନୀୟଜଳ ଓ ଆବାସ ଯୋଜନାକୁ ନେଇ ଅଲୋଚଳା ସହ ଅସନ୍ତୋଷ ପ୍ରକାଶ କଲେ ଲୋକ ପ୍ରତିନିଧି। ସେପଟେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ ।
ସେପଟେ ଜିଲ୍ଲାରେ ବହୁ ଗୁଡାଏ ସମସ୍ୟା ରହିଛି ଖାସ କରି ଚାଷୀଙ୍କ ସମସ୍ୟା। ତାକୁ ନେଇ ଆଲୋଚନା କରିବା କଥା ଓ ତାହାର ସମାଧାନର ବାଟ ଆଲୋଚନା ମାଧ୍ୟମରେ ବାହାର କରିବା ଠିକ କଥା ହେଲେ ଏଭଳି ସିଟ ଛାଡି ଆସିଲେ ସମସ୍ୟାର ସମାଧାନ କିଭଳି ହେବ ବୋଲି କହିଛନ୍ତି ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ଏହାକୁ ନେଇ ସମସ୍ତ ପ୍ରକାର ସମସ୍ୟା ସମାଧାନ ବାଟ ଫିଟାଯିବ ଚାଷୀଙ୍କୁ ତାଙ୍କ ହକ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ।
ଅନ୍ୟପଟେ ଏ ବୈଠକରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ସ୍ବଚ୍ଚଭାରତ ମିଶନରେ ପାଇଖାନା ସହ ପାନୀୟ ଜଳ ସମସ୍ୟାକୁ ନଦେବି ମଧ୍ୟ ଆଲୋଚାନା କରିବା ସହ ବିଭିନ୍ନ ଅଧିକାରୀଙ୍କ ଉପରେ ଅସଂନ୍ତୋଷ ପ୍ରକାଶ କରିଥିଲେ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ମନ୍ତ୍ରୀ ଠାରୁ ବିଧାୟକ ଓ ସାଂସଦ। ତେବେ ଆଗାମୀ ଦିନରେ ଖରା ମାସ ଆସୁଥିବାରୁ ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଥିଲେ ଲୋକ ପ୍ରତିନିଧି। ଏନେଇ ବୈଠକରେ ଯାହା ସବୁ ଆଲୋଚାନା ହୋଇଛି। ତାହା ଉପରେ ନଜର ଦିଆଯିବା ସହ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।