ଅନୁଗୋଳ: ପୂର୍ବ ଆରପିଡିଏସି ବୈଠକର ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟକାରୀ କଲା ନାହିଁ ଏନଟିପିସି, ଅଧାରୁ ବୈଠକ ଛାଡିଲେ ବିଧାୟକ ଓ ସାଂସଦ
12/01/2021 at 10:22 PM

ଅନୁଗୋଳ୧୨/୧: ପୂର୍ବ ଆରପିଡିଏସି ବୈଠକରେ ହୋଇଥିବା ନିଷ୍ପତିକୁ ଏନଟିପିସି କାର୍ଯ୍ୟକାରୀ କରିନଥିବାରୁ ଅଧାରୁ ବୈଠକ ଛାଡିଲେ ବିଧାୟକ ଏବଂ ସାଂସଦ। ଏନଟିପିସିକୁ ଦେଲେ କଡା ଚେତାବନୀ ଦେଇଛି ଆରପିଡିଏସି ।
ଅନଗୁଳ ଜିଲ୍ଲାପାଳଙ୍କ ଅଫିସରରେ ହେଉଥିବା ନବମ RPDAC ବୈଠକ ସରିଛି। ଏଥିରେ NTPC ବିସ୍ଥାପିତଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା। ବିଶେଷକରି ନିଯୁକ୍ତି ଆଉ ଥଇଥାନ ବିଷୟରେ ପୂର୍ବ ବୈଠକ ଗୁଡିକରର ହୋଇଥିବା ନିଷ୍ପତ୍ତି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନଥିବାରୁ ଅସନ୍ତୋଷ ହୋଇ ତାଳଚେର ବିଧାୟକ, ପାଲଲହଡା ବିଧାୟକ ଏବଂ ଢେଙ୍କାନାଳ ସାଂସଦ ଅଧାରୁ ମିଟିଙ୍ଗ ଛାଡି ପଳାଇ ଆସିଥିଲେ। ପରେ ଉତ୍ତର କେନ୍ଦ୍ରାଞ୍ଚଳ RDC ବାକିଥିବା ନିଯୁକ୍ତି ଏବଂ ଥଇଥାନ କରିବା ପାଇଁ NTPC କୁ ନିର୍ଦେଶ ଦେଇଛନ୍ତି। ନିଷ୍ପତ୍ତି କାର୍ଯ୍ୟକାରୀ ନ ହେଲେ ଲୋକମାନଙ୍କ ସହ ମିଶି ତାଳଚେରରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ତାଳଚେର ବିଧାୟକ ଏବଂ ଢେଙ୍କାନାଳ ସାଂସଦ ମହେଶ ସାହୁ।