Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ପୁଲୱାମା ଆତଙ୍କୀ ହମଲାକୁ ନେଇ ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ ; ପ୍ରତିରକ୍ଷା ମନ୍ତ୍ରୀ ଓ ୩ ସେନା ମୁଖ୍ୟଙ୍କ ମଧ୍ୟରେ ହେବ ଆଲୋଚନା

25/02/2019 at 8:39 AM

ନୂଆଦିଲ୍ଲୀ ୨୫|୨: ପୁଲୱାମା ଆତଙ୍କୀ ହମଲାକୁ ନେଇ ଆଜି ବସିବ ବୈଠକ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ୩ ସେନାର ମୁଖ୍ୟ ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମଧ୍ୟରେ ବସିବ ଏହି ବୈଠକ ।  ଆତଙ୍କବାଦୀଙ୍କ ଭୂସ୍ବର୍ଗ କୁହାଯାଉଥିବା ପାକିସ୍ତାନ ଆତଙ୍କବାଦକୁ ନେଇ ବଡ଼ ଖୁଲାସା ହୋଇପାରେ ବୋଲି ଆଶା କରାଯାଉଛି ।

ଆଜିଠୁ ଆରମ୍ଭ ହେବାକୁ ଥିବା ଏହି ୨ ଦିନିଆ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବ୍ୟତୀତ ନୌବାହିନୀ, ବାୟୁ ସେନା ଏବଂ ସ୍ଥଳ ସେନା ମୁଖ୍ୟ ଯୋଗଦେବେ । ସେମାନେ ପ୍ରତିରକ୍ଷା ବିଶେଷଜ୍ଞଙ୍କ ସହିତ ଆଲୋଚନା କରି ଆତଙ୍କବାଦ ପ୍ରତି ପାକିସ୍ତାନର ଅହେତୁକ ସମର୍ଥନ ରହିଆସିଥିବା ନେଇ ପାକ୍ ର ମୁଖା ଖୋଲିବେ ।

ସେହିପରି ଏହି ବୈଠକରେ ଆମେରିକା, ରୁଷ୍, ଏବଂ ଅନ୍ୟ ମିତ୍ର ରାଷ୍ଟ୍ର ସହ ଥିବା ସୁସଂପର୍କକୁ ନେଇ ବିସ୍ତୃତ ଆଲୋଚନା ମଧ୍ୟ କରାଯିବ । ଏହାସହ ବିଦେଶ ମନ୍ତ୍ରାଳୟର ପ୍ରତିନିଧି ମଧ୍ୟ ଏହି ବୈଠକରେ ସାମିଲ ହେବେ । ଫେବୃଆରୀ ୧୪ ଘଟଣା ପରେ ଭାରତର କଡ଼ା ଆଭିମୁଖ୍ୟରେ ପାକିସ୍ତାନର ନିଦ ହଜିଯାଇଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାକିସ୍ତାନକୁ ଘେରିବା ଆରମ୍ଭ କରିଛି । ଭାରତ ପୂର୍ବରୁ ମଧ୍ୟ ପାକିସ୍ତାନକୁ ‘ମୋଷ୍ଟ ଫେଭରଡ୍ ନେସନ୍’ ତାଲିକାରୁ ବାଦ୍ ଦେଇ ବ୍ୟବସାୟିକ ଝଟ୍ କା ଦେଇସାରିଛି ।

   Related Posts