ପାକିସ୍ତାନକୁ ପୁଲୱାମା ଆତଙ୍କୀ ହମଲାର ପ୍ରମାଣ ଦେବନାହିଁ ଭାରତ : ଦିଲ୍ଲୀରେ ଚାଲିଛି ବୈଠକ

Published By : Prameya-News7 Bureau | February 20, 2019 IST

ଦିଲ୍ଲୀ ୨୦/୨ : ୧୪ ତାରିଖରେ କାଶ୍ମୀର ପୁଲୱାମାରେ ଆତଙ୍କୀ ହମଲାରେ ୪୨ ସିଆରପିଏଫ ଯବାନ ସହିଦ ହେବ ଘଟଣାରେ ଭାରତ ପାକିସ୍ତାନକୁ ସବୁ ତରଫରୁ ଘେରିବାକୁ ପ୍ରସ୍ତୁତି ଆରମ୍ଭ କରୁଛି | ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେବା ପାଇଁ ହେଉ କିମ୍ବା କୂଟନୀତି ସ୍ଥରରେ ହେଉ ଭାରତ ଯୋଜନା ପ୍ରସ୍ତୁତି କରୁଛି | ଭାରତର ଏହି ନିଷ୍ପତ୍ତିରେ ବିଶ୍ୱର ଅନେକ ଦେଶ ଛିଡା ହୋଇଛନ୍ତି | ଆଜି ସାଉଦିର ପ୍ରିନ୍ସ ଭାରତ ଗସ୍ତରେ ଆସିଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରିନ୍ସଙ୍କୁ ସ୍ୱାଗତ କରିଛନ୍ତି | ମୋଦି ପ୍ରିନ୍ସଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରିପାରନ୍ତି ବୋଲି ଆଶା କରାଯାଉଛି |


ସୂଚନାଯୋଗ୍ୟ ଯେ, ଭାରତ ଅନ୍ତରାଷ୍ଟ୍ରୀୟ ସ୍ଥରରେ ପାକିସ୍ତାନକୁ ଘେରିବ | ଏଥିପାଇଁ ଗୃହ ମନ୍ତ୍ରାଳୟ ନୂଆ ଡ଼ୋଜିୟର ପ୍ରସ୍ତୁତ କରୁଛି | ପ୍ରତ୍ୟେକ ଦେଶରେ ଥିବା ଭାରତୀୟ ଦୂତାବାସଙ୍କୁ ଏହି ଡ଼ୋଜିୟର ପଠାଯିବ | ଭାରତୀୟ ଦୂତ ପାକିସ୍ତାନର ଚେହେରା ଖୋଲିବେ | ଆଜି ଗୃହମନ୍ତ୍ରୀ ରାଜନାଥ ସିଂ ଅଜୟ ଵିସାରୀୟାଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିଛନ୍ତି | ଅଜୟ ଵିସାରୀୟା କ୍ୟାବିନେଟ କମିଟି ସଦସ୍ୟଙ୍କ ସହ ବୈଠକ କରିଛନ୍ତି | ପାକିସ୍ତାନରେ ଭାରତର ହାଇ କମିଶନର ଅଜୟ ଵିସାରୀୟା କ୍ୟାବିନେଟ କମିଟି ଅନ ସିକ୍ୟୁରିଟିର ସବୁ ସଦସ୍ୟଙ୍କ ସହ ସାକ୍ଷାତ କରି ତାଙ୍କୁ ସ୍ଥିତି ସମ୍ପର୍କରେ ସମସ୍ତ ସୂଚନା ଦେଇଛନ୍ତି | ଭାରତ ପାକିସ୍ତାନକୁ କୌଣସି ପ୍ରମାଣ ଦେବନାହିଁ | ଦୁନିଆର ସବୁ ଦେଶମାନଙ୍କ ସମ୍ମୁଖରେ ମୁହଁ ଖୋଲିବ | ଭାରତ କହିଛି ପାକିସ୍ତାନ ବିରୋଧରେ ଭାରତ ପାଖରେ ସବୁ ପ୍ରମାଣ ରହିଛି |

{"id":87019}


ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସହ ସାକ୍ଷାତ କରି ଅଜୟ ଵିସାରୀୟା କହିଛନ୍ତି ଯେ, ତାଙ୍କ ରାଜଦୂତ ଅନ୍ୟ ସମସ୍ତ ଦେଶ ସଯସମ୍ପର୍କ କରିବେ | ଅନ୍ୟ ଦେଶମାନଙ୍କ ସହ ଲଗାତାର ଆଲୋଚନା ହେଉଛି | ଅଜୟ ଵିସାରୀୟାଙ୍କ ଛଡା ରାଜନାଥ ସିଂ ଆମେରିକାରେ ଥିବା ଭାରତୀୟ ଦୂତାବାସ ହର୍ଷବର୍ଦ୍ଧନ ସିଂଗଲାଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି | ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ମଧ୍ୟ ପୁଲୱାମା ଆତଙ୍କୀ ହମଲାକୁ କଡା ଭାଷାରେ ନିନ୍ଦା କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.