ବାତ୍ୟା ଫନୀ ମୁକାବିଲା ନେଇ ଉଚ୍ଚ ସ୍ଥରୀୟ ବୈଠକ : ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା

Published By : Prameya-News7 Bureau | April 29, 2019 IST

ଭୁବନେଶ୍ୱର ୨୯/୪ : ସାମୁଦ୍ରିକ ବାତ୍ୟା ଫନୀ ବର୍ତ୍ତମାନ ଚେନ୍ନାଇଠାରୁ ୮୮୦ କି:ମି: ଦୂର ଓ ମଛଲିପଟନମ୍ଠାରୁ ୧୦୫୦ କିମି ଦୂରରେ ରହିଛି | ବର୍ତ୍ତମାନ ଏହା ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ଗତି କରୁଛି | ମେ ୧ ତାରିଖ ବେଳକୁ ଏହାର ଦିଗରେ ପରିବର୍ତ୍ତନ ହୋଇପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା ପ୍ରକାଶ କରିଛନ୍ତି |

{"id":108669}


୨-୩ ତାରିଖ ବେଳକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି | ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡିଶାର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି | ଆଜିବି ଆଭ୍ୟନ୍ତରୀଣ ଓଡିଶା ପାଇଁ ହିଟ ୱେଭ୍ ସତର୍କତା ଜାରି କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ | ଆଜି ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି କହିଛନ୍ତି ପାଣିପାଗ ବିଭାଗ |

{"id":108670}


ବାତ୍ୟା ଫାନୀ ମୁକାବିଲା ନେଇ ଉଚ୍ଚ ସ୍ଥରୀୟ ବୈଠକ ବସିଥିଲା | ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବାତ୍ୟା ମୁକାବିଲା ନେଇ ବୈଠକ ବସିଥିଲା | ଗୋପାଳପୁରରେ ଫାନୀ ମାଡର ସମ୍ଭାବନା ନାହିଁ | ଫାନୀ ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି | ଘଣ୍ଟାକୁ ୧୮୫ କି:ମି: ବେଗରେ ପବନ ବହିବାର ସମ୍ଭାବନା ରହିଛି | ୪ ତାରିଖ ପୂର୍ବରୁ ଫାନୀ ଓଡିଶାକୁ ମାଡ କରିବାର ସମ୍ଭାବନା ନାହିଁ | ଆସନ୍ତା ୧ ଓ ୨ ତାରିଖରେ ରାଜ୍ୟରେ ବିପର୍ଯ୍ୟୟ ସୃଷ୍ଟି ହେବାର ସମ୍ଭାବନା ରହିଛି | ସମୁଦ୍ର ଅଶାନ୍ତ ରହିବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.