ବିଳମ୍ବ ହେଉଛି NHର ପ୍ରଶସ୍ତିକରଣ କାର୍ଯ୍ୟ , ଖୁବ୍ ଶୀଘ୍ର ଶେଷ କର- ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

Published By : Prameya-News7 Bureau | November 12, 2020 IST

ଭଦ୍ରକ ୧୨।୧୧: ୧୬ ନଂ ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ଚାଲୁ ରହିଛି । ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରୁ ରାଣିତାଲ ପର୍ଯ୍ୟନ୍ତ ୧୬ ନଂ ଜାତୀୟ ରାଜପଥର କାମ ଜାରି ରହିଛି । ତେବେ ଏହି ପ୍ରଶସ୍ତିକରଣ କାର୍ଯ୍ୟ ଧିମେଇଥିବା ନେଇ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

ଏହି ପ୍ରଶସ୍ତିକରଣ କାର୍ଯ୍ୟ ଭଦ୍ରକ ଜିଲ୍ଲା ପରେ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ହେଉଛି । ବିଶେଷ କରି ଭଦ୍ରକ ଜିଲ୍ଲାରେ ହେଉଥିବା ରାଜପଥ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ରାସ୍ତାର ବହୁ ସ୍ଥାନରେ ଡାଇଭର୍ସନ କରାଯାଇଛି । ଯାହା ସାଧାରଣ ଗାଡି ଚାଳକଙ୍କ ପାଇଁ ବିପଦ ହେଉଛି । ତେଣୁ ତୁରନ୍ତ କାମ ଶେଷ କରିବାକୁ ମନ୍ତ୍ରୀ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଯେଉଁ ଅଞ୍ଚଳରେ ସମସ୍ୟା ଦେଖାଦେଉଛି, ସେ ଅଞ୍ଚଳବାସୀ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ତୁରନ୍ତ ସମାଧାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପାଣିଗ୍ରାହୀ ଅଧ୍ୟକ୍ଷତା କରିବା ସହ ରାସ୍ତା ପ୍ରଶସ୍ତିକରଣରେ କ୍ଷେତ୍ରରେ ଯେଉଁ ସ୍ଥାନରେ ଅଧିକ ଜଳ ନିଷ୍କାସନର ସମସ୍ୟା ରହିଛି , ତାହାର ସମୀକ୍ଷା ମଧ୍ୟ କରିଛନ୍ତି ।  ପୋଲ ନିର୍ମାଣ , ରାଜପଥ ପ୍ରଶସ୍ତିକରଣରେ ବାଧକ ସାଜୁଥିବା ବିଦ୍ୟୁତ ଖୁଣ୍ଟକୁ ତୁରନ୍ତ ଅପସାରଣ ଏବଂ ଜମି ଅଧିଗ୍ରହଣରେ ବାଧା ସୃଷ୍ଟି ହେଉଛି । ସେ ସବୁ ସମସ୍ୟାର ସମାଧାନ କରି ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍ଥାନୀୟ ତହସିଲଦାର, ଉପଜିଲ୍ଲାପାଳ, ନେସ୍କୋ ଅଧିକାରୀ ଏବଂ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବିଦ୍ୟୁତ ଖୁଣ୍ଟ, ଟ୍ରାନ୍‌ସଫର୍ମର ଆଦିକୁ ଶୀଘ୍ର ଅପସାରଣ କରି ରାସ୍ତା କାମ ଶେଷ କରିବାକୁ ମନ୍ତ୍ରୀ କହିଛନ୍ତି  ।

ଏହାସହିତ ଭଦ୍ରକ ସହରର ପ୍ରାଣକେନ୍ଦ୍ର କୁହାଯାଉଥିବା ବନ୍ତ ଛକକୁ ଆକର୍ଷଷୀୟ କରିବାକୁ ଜିଲ୍ଳାପାଳ ଡ. ଜ୍ଞାନ ଦାସ ରାଜପଥ କର୍ତ୍ତୃପକ୍ଷ ରାମଚନ୍ଦ୍ର ପଣ୍ଡାଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ବନ୍ତ ଛକ କିପରି ଏକ ସୁନ୍ଦର ଓ ମନଲୋଭା ହୋଇପାରିବ । ସେ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ କହିଥିଲେ । ବୈଠକରେ ଭଦ୍ରକ ସାଂସଦ, ଭଦ୍ରକ ବିଧାୟକ ମାନନୀୟ, ପୂର୍ବତନ ବିଧାୟକ, ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ଏସ୍‌ପି ବିକାଶ ଦାଶ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.