ଓଡିଶା-ପଶ୍ଚିମବଙ୍ଗ ସୀମା ବିବାଦ, ୨ରାଜ୍ୟ ମଧ୍ୟରେ ଆଜି ବସୁଛି ବୈଠକ

Published By : Prameya-News7 Bureau | February 25, 2021 IST

ବାଲେଶ୍ୱର ୨୫।୦୨: ସୀମା ବିବାଦର ସମାଧାନ ନେଇ ଆଜି ବୈଠକ । ଓଡିଶା ଓ ପଶ୍ଚିମବଙ୍ଗ ସୀମା ବିବାଦ ନେଇ ବୈଠକ ବସିବ । ପଶ୍ଚିମ ବଙ୍ଗର ପଶ୍ଚିମ ମେଦିନପୁର ଜିଲ୍ଳା କାର୍ଯ୍ୟଳୟରେ ଏହି ବୈଠକ ବସିବ । ବୈଠକରେ ବାଲେଶ୍ବର ଏଡିଏମ, ଉପ-ଜିଲ୍ଲାପାଳ,ସହକାରୀ ଉପ ଜିଲ୍ଲାପାଳ, ଓଡିଶା ଲ୍ୟାଣ୍ଡ ରେକଡ଼ର ଅତିରିକ୍ତ ନିର୍ଦେଶକ, ଜଳେଶ୍ବର ତହସିଲଦାର, ଓଆରଏସଏସର ୨ଜଣ ବିଶେଷଜ୍ଞ ଯୋଗଦେବେ ।

{"id":414409,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ସୀମା ବିବାଦ କେବଳ ଓଡିଶା ଆନ୍ଧ୍ର ନିକଟରେ ଅଟକି ନାହିଁ । ପଶ୍ଚିମ ବଙ୍ଗ ସହ ଓଡିଶାର ସୀମାକୁ ନେଇ ବର୍ଷ ବର୍ଷ ଧରି ଲାଗି ରହିଛି ବିବାଦ । ପଶ୍ଚିମ ବଙ୍ଗକୁ ଛୁଇଁଛି ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଓ ଭୋଗରାଇ ବ୍ଲକର ସୀମା । ସେହିପରି ପଶ୍ଚିମ ବଙ୍ଗର ପୂର୍ବ ଓ ପଶ୍ଚିମ ମେଦିନପୁର ଜିଲ୍ଲା ଲାଗିଛି ବାଲେଶ୍ବର ଜିଲ୍ଲାକୁ । ଏହି ଦୁଇ ଜିଲ୍ଲାର ସୀମାକୁ ନେଇ ଅନେକ ସମୟରେ ଦୁଇ ରାଜ୍ୟର ସ୍ଥାନୀୟ ପ୍ରଶାସନ ଓ ବାସିନ୍ଦା ମୁହାଁମୁହିଁ ପରିସ୍ଥିତି ଉପୁଜିଥାଏ । ତେବେ ଏହାରି ସମାଧାନ କରିବା ପାଇଁ ଆଜି ଏହି ବୈଠକ ବସିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.