୧୬ ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣାକୁ ନେଇ ପୋଲିସ କମିଶନରଙ୍କ ବୈଠକ : ପଳାଶୁଣିରୁ ପିତାପଲ୍ଲୀ ମଧ୍ୟରେ ୧୬ ଟି ବ୍ଲାକ ସ୍ପଷ୍ଟ ଚିହ୍ନଟ

Published By : Prameya-News7 Bureau | June 23, 2019 IST

: ରାଜଧାନୀ ଭୁବନେଶ୍ବର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ବାରମ୍ବାର ଦୁର୍ଘଟଣାକୁ ନେଇ ପୋଲିସ କମିଶନର ଅଧ୍ୟକ୍ଷତାରେ ବୈଠକ ଶେଷ ହୋଇଛି । ପଳାଶୁଣିରୁ ପିତାପଲ୍ଲୀ ମଧ୍ୟରେ ୧୬ ଟି ଦୁର୍ଘଟଣା ପ୍ରବଣ ସ୍ଥାନ ବା ବ୍ଲାକ ସ୍ପଷ୍ଟ ଚିହ୍ନଟ ହୋଇଛି । ଗତ ୩ ବର୍ଷର ରେକର୍ଡ ଆଧାରରେ ଚିହ୍ନଟ ହେଲା ଦୁର୍ଘଟଣା ପ୍ରବଣ ଅଞ୍ଚଳ । ଏନେଇ ଏନଏଚ୍ ଆଇ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦିଆଯାଇଛି । ପ୍ରତି ୫ ଶହ ମିଟର ଦୂରରେ ରହିଛି ବ୍ଲାକ ସ୍ପଟ । ସେହି ସବୁ ସ୍ଥାନରେ ସାଇନ୍ଏଜ୍ ସ୍ପିଡ ଲିମିଟ୍ ମେସିନ୍, ଇଣ୍ଟରସେପ୍ଟର ଲଗାଯିବ । ମିଳିତ ଭାବେ ଏନ୍ ଏଚଆଇ କର୍ତ୍ତୃପକ୍ଷ ଓ ଆରଟିଓଙ୍କୁ ଯାଞ୍ଚ ବ୍ୟବସ୍ଥା ଲାଗୁ ହେବ ।

କେତେକ ସ୍ଥାନରେ ଇଞ୍ଜିନିୟରିଂ ତ୍ରୁଟି ଥିବା କଥାକୁ ପୋଲିସ କମିଶନର ସ୍ବୀକାର କରିଛି । ପୂର୍ବରୁ ପାହାଳରୁ- ଆଇଗଣିଆ ପର୍ଯ୍ୟନ୍ତ ୫ ଟି ବ୍ଲାକ ସ୍ପଷ୍ଟ ଚିହ୍ନଟ ହୋଇଛି । ପୋଲିସ କମିଶନର ସତ୍ୟଜିତ୍ ମହାନ୍ତିଙ୍କ ଏହି ସ୍ବତନ୍ତ୍ର ବୈଠକ ବସିଥିଲା । ଭୁବନେଶ୍ବର ଆରଟିଓ-୧, ଆରଟିଓ-୨, ଏନ୍ ଏଚ ଆଇ କର୍ତ୍ତୃପକ୍ଷ, ଡିସିପି ଟ୍ରାଫିକ, କଟକ ଭୁବନେଶ୍ବର ଏସ୍ ପି ଟ୍ରାଫିକ୍, ଏସ୍ ପି କ୍ରାଇମ୍, ଭୁବନେଶ୍ବର ଡିସିପି, ଅନୁପ କୁମାର ସାହୁ, ଡିସିପି କଟକ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.