ସାମୂହିକ ଟୀକାକରଣ ନେଇ ଜିଲ୍ଲା ସମନ୍ୱୟ ବୈଠକ, ବିଭିନ୍ନ କାର୍ଯ୍ୟପନ୍ଥା ନେଇ ଆଲୋଚନା

Published By : Prameya-News7 Bureau | December 22, 2020 IST

ଖଲ୍ଲିକୋଟ ୨୨।୧୨ : ସାମୂହିକ ଟୀକାକରଣ ନେଇ ପ୍ରଶାସନିକର ଜିଲ୍ଲା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗଞ୍ଜାମ ଜିଲ୍ଲାରେ କୋଭିଡ଼ ଭାକସିନ୍‌ , ପୋଲିଅ ଟିକାକରଣ ଓ ଫାଇଲେରିଆ ନିରାକରଣ ଅଭିଯାନ ସଂପର୍କରେ ଆଲୋଚନା କରାଯାଇଛି ।

{"id":381134,"sizeSlug":"large","linkDestination":"none"}

ରାଜ୍ୟର ବୃହତ୍ତମ ଜିଲ୍ଲା ଗଞ୍ଜାମ । ଜିଲ୍ଲାକୁ ବହୁ ସଂଖ୍ୟାରେ ପ୍ରବାସୀ ଫେରିଥିଲେ। ଅହରହ ଓ ଅକ୍ଲାନ୍ତ ପରିଶ୍ରମ ଫଳରେ କୋଭିଡ୍ ସହ ମୁକାବିଲା କରାଯାଇଛି  । ଏବେ ଜିଲ୍ଲାବାସୀଙ୍କୁ କିପରି କୋଭିଡ୍ ଭାକ୍‌ସିନ୍‌ ଯୋଗାଇ ଦିଆଯିବା, ସେନେଇ ଯୋଜନା କରାଯାଇଛି । ତେବେ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୨୫୧୦୩ ସ୍ୱାସ୍ଥ୍ୟକର୍ମୀଙ୍କୁ ଚୟନ କରାଯାଇଛି । ଏନେଇ ଡାଟାବେସ ପ୍ରସ୍ତୁତ ଓ୍ୱେବସାଇଟ୍‌ରେ ଅପଲୋଡ଼ କରାଯାଇଛି । ସେହିପରି ଭାକ୍‌ସିନ୍‌ର ରକ୍ଷଣବେକ୍ଷଣ ନେଇ ମଧ୍ୟ ସ୍ୱତନ୍ତ୍ର ଯୋଜନା କରାଯାଇଛି । ଜିଲ୍ଲାର ଆଞ୍ଚଳିକ ଭାକ୍‌ସିନ୍ ଷ୍ଟୋର୍‌ରେ ଗଚ୍ଛିତ କରାଯିବ, ଏବଂ ସେହିଠାରୁ ସମସ୍ତ କେନ୍ଦ୍ର ଗୁଡିକୁ ପଠାଯିବ । ଭାକ୍‌ସିନ୍‌ କେନ୍ଦ୍ରରେ ପ୍ରତ୍ୟେକ ବ୍ୟକ୍ତି ୬ ଫୁଟ୍‌ ଦୂରତାରେ ବସିବେ, ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ବ୍ୟକ୍ତିଙ୍କୁ ଭାକ୍‌ସିନ୍‌ ଦେବା ପରେ ୩୦ ମିନିଟ୍‌ ନିରୀକ୍ଷଣରେ ରଖାଯିବ ।

{"id":381135,"sizeSlug":"large","linkDestination":"none"}

  ସେହିପରି  ଫାଇଲେରିଆ ନିରାକରଣ ଅଭିଯାନ ଅନ୍ତର୍ଗତ ସାମୟିକ ଔଷଧ ସେବନ କାର୍ଯ୍ୟକ୍ରମ ଜିଲ୍ଲାରେ ଆସନ୍ତା ଫେବୃୟାରୀ ମାସରେ ଚାଲିବ । କେବଳ ଗର୍ଭବତୀ ମହିଳା, ୨ବର୍ଷରୁ କମ୍ ବୟସର ଶିଶୁ ଓ ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତିଙ୍କ ବ୍ୟତୀତ ଜିଲ୍ଲାର ସମସ୍ତ ଲୋକଙ୍କୁ ଡିଇସି ବଟିକା ସହିତ ଆଲବେଣ୍ଡାଜୋଲ୍ ବଟିକାର ଗୋଟିଏ ମାତ୍ରା ସମସ୍ତେ ଖାଇବେ । ଜାନୁୟାରୀ ୨୦୨୧ରେ ୩,୫୦,୮୪୯ ଜଣ ଶିଶୁଙ୍କୁ  ପଲ୍ସ ପୋଲିଓ ଟିକା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି  । ଜିଲ୍ଲାର ଜନ୍ମରୁ ୫ ବର୍ଷ ବୟ.ର ଶିଶୁ ଯେପରି ଏହି ପୋଲିଓ ଟିକାରୁ ବଞ୍ଚିତ ହେବେନାହିଁ ସେ ଦିଗରେ ଯୋଜନା ପ୍ରସ୍ତୁତ କରି ପ୍ରଦାନ କରିବାପାଇଁ ଗୁରୁତ୍ବ ଦିଆଯାଇଥିଲା  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.