କାନ୍ଧରେ ୨୦ କିଲୋର ବ୍ୟାଗ, ହାତରେ ଏକେ-୪୭, ଜାଣନ୍ତୁ ଏହି ସାହସୀ ଗର୍ଭବତୀ ମହିଳା କମାଣ୍ଡୋଜଙ୍କ ବିଷୟରେ

Published By : Prameya-News7 Bureau | March 08, 2020 IST

ନୂଆଦିଲ୍ଲୀ ୦୮।୦୩- ସମଗ୍ର ଦୁନିଆରେ ଆଜି ଆର୍ଥାତ ମାର୍ଚ୍ଚ ୮କୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇଛି। ଏହି ଅବସରରେ ଦେଶର ସାହସିକ ଉଦାହରଣ ସୃଷ୍ଟି କରୁଥିବା ମହିଳାଙ୍କ ପ୍ରେରଣାଦାୟୀ କାହାଣୀ ଆଜି ଖୁବ୍ ଚର୍ଚ୍ଚାରେ ରହିଛି। ଯଦି ଆପଣଙ୍କୁ କୁହାଯିବ ଜଣେ ଗର୍ଭବତୀ ମହିଳା ଏକେ ୪୭ ହାତରେ ନେଇ ସାମଗ୍ରୀରେ ଭରା ପ୍ରାୟ ୧୫ ରୁ ୨୦ କିଲୋର ବ୍ୟାଗ କାନ୍ଧରେ ଧରି ନକ୍ସଲିଙ୍କ ମୁକାବିଲା କରିବାକୁ ଜଙ୍ଗଲ ଯାଉଛନ୍ତି, ତେବେ ବୋଧହୁଏ ଆପଣଙ୍କୁ ବିଶ୍ଵାସ ହେବ ନାହିଁ।

ଦାନ୍ତେଓ୍ଵାଡାର ଏମିତି ଜଣେ ମହିଳା ହେଉଛନ୍ତି ଡିଆରଜି ଦନ୍ତେଶ୍ଵରୀ ଫାଇଟର୍ସର ଲଢୁଆ ମହିଳା କମାଣ୍ଡୋ ସୁନୈନା ପଟେଲ, ଯିଏ ମହିଳା ସଶକ୍ତିକରଣର ସବୁଠୁ ବଡ ଉଦାହରଣ ସୃଷ୍ଟି କରିଛନ୍ତି। ନିଜ କର୍ତ୍ତବ୍ୟକୁ ନେଇ ସେ ଏତେ ଗମ୍ଭୀର ଯେ ନକ୍ସଲିଙ୍କ ମୁକାବିଲା ପାଇଁ ନିର୍ଭୟର ସହିତ ଜଙ୍ଗଲ ଅଭିମୁଖେ ବାହାରି ଯାଉଛନ୍ତି। ଗର୍ଭବତୀ ହେବା ପରେ ମଧ୍ୟ ସୁନୈନା ନିଜର କାମ ଛାଡି ନଥିଲେ ବରଂ ଗର୍ଭାବସ୍ଥାରେ ଅଧିକ କାମ କରିଛନ୍ତି।

wp:core-embed/twitter {"url":"https://twitter.com/ANI/status/1236513767900368896?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1236513767900368896\u0026ref_url=https%3A%2F%2Faajtak.intoday.in%2Fstory%2Fpregnant-woman-constable-sunaina-patel-deployed-danteshwari-fighter-combat-naxals-chhattisgarh-news-1-1170146.html","type":"rich","providerNameSlug":"twitter","className":""}
https://twitter.com/ANI/status/1236513767900368896?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1236513767900368896&ref_url=https%3A%2F%2Faajtak.intoday.in%2Fstory%2Fpregnant-woman-constable-sunaina-patel-deployed-danteshwari-fighter-combat-naxals-chhattisgarh-news-1-1170146.html
/wp:core-embed/twitter

ସୁନୈନାଙ୍କ ଝିଅ ହେଲେ ନାମ ଦିଆଯିବ ଦନ୍ତେଶ୍ଵରୀ ଫାଇଟର୍ସ

ସୁନୈନା ପଟେଲ ବିପୁଳ ପରିମାଣର ବୋଝ କାନ୍ଧରେ ଧରି ନଦୀ, ନାଳ, ଜଙ୍ଗଲ, ପାହାଡ ଅତିକ୍ରମ କରି  ପାଦରେ ଅନେକ କିଲୋମିଟର  ଚାଲି ନକ୍ସଲ ଅପରେସନରେ ନିଜକୁ ସାମିଲ କରିଛନ୍ତି। ଲୋକଙ୍କୁ ଯେବେ ସୁନୈନାଙ୍କ ବାହାଦୂରୀ ବିଷୟରେ ଜଣା ପଡିଲା, ତାଙ୍କୁ ସବୁ ବର୍ଗକୁ ଭୁରି ଭୁରି ପ୍ରଶଂସା କରାଯାଉଛି। ସାଥୀ ମହିଳା କମାଣ୍ଡୋଜ କହିଛନ୍ତି ଯେ, ସୁନୈନାଙ୍କ ଯଦି ଝିଅ ହୁଏ ତେବେ ତାକୁ ଦନ୍ତେଶ୍ଵରୀ ଫାଇଟର୍ସର ନାମ ଦିଆଯିବ।

ସୁନୈନା ଅଧିକାରୀଙ୍କୁ କଣ ପାଇଁ ଜଣାଇଲେ ନାହିଁ ନିଜର ଗର୍ଭାବସ୍ଥା  ବିଷୟରେ ?

{"id":235164,"sizeSlug":"large"}

ଅନ୍ୟପଟେ ସୁନୈନା କହିଛନ୍ତି, ଡିଆରଜି ଟିମ୍ ଗଠନ ହେବାର ପ୍ରାୟ ଏକ ମାସ ପରେ ସେ ଗର୍ଭବତୀ ହୋଇ ସାରିଥିଲେ। ସେ ଅଧିକାରୀଙ୍କୁ ଏହି ବିଷୟରେ ସୂଚନା ଏଥିପାଇଁ ଦେଲେ ନାହିଁ କାରଣ ସେ ନକ୍ସଲ ଅପରେସନରେ ଯିବାକୁ ଚାହୁଁଥିଲେ। ଯଦି ଅଧିକାରୀଙ୍କୁ ସେ ଗର୍ଭବତୀ ଥିବାର ଜାଣି ପାରିଥାନ୍ତେ ତେବେ ତାଙ୍କୁ ନକ୍ସଲ ଅପରେସନରେ ଯିବାକୁ ରୋକି ଦେଇଥାନ୍ତେ। ସୁନୈନା କହିଛନ୍ତି ପ୍ରାୟ ସାଢେ ଛଅ ମାସ ପରେ ଅଧିକାରୀଙ୍କୁ ତାଙ୍କର ଗର୍ଭବତୀ ବିଷୟରେ ସୂଚନା ଦିଆଯାଇଥିଲା।

ସୁନୈନା କହିଛନ୍ତି, ଏବେ ତାଙ୍କୁ ଯେଉଁ ଜାଗାକୁ ପଠାଯିବ ସେ ଯିବାକୁ ପ୍ରସ୍ତୁତ। ଏସପି ଅଭିଷେକ ପଲ୍ଲଭ ମଧ୍ୟ ସୁନୈନାଙ୍କ ପ୍ରଶଂସା କରି କହିଛନ୍ତି ଯେ, ସେ ଏହି ମହିଳା ଦଳର ଜଣେ ସକ୍ରିୟ ଓ କର୍ମଠ ମହିଳା କମାଣ୍ଡୋଜ। ଯେବେ ତାଙ୍କର ଗର୍ଭବତୀ ହେବାର ଜଣା ପଡିଲା ତାଙ୍କୁ ସ୍ଵାସ୍ଥ୍ୟର ଯତ୍ନ ନେବାକୁ  ଅପରେସନରେ ଯିବା ବନ୍ଦ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.