Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁନ୍ଦରୀ ପ୍ରଧାନମନ୍ତ୍ରୀ ସାନା ମରିନ୍ : ଷ୍ଟାଇଲ୍ ଓ ଫ୍ୟାଶନ୍ ପାଇଁ ଇଣ୍ଟରନେଟରେ ଭାଇରାଲ୍

24/01/2020 at 12:08 PM

ହେଲସିଙ୍କି ୨୪/୧: ସାନା ମରିନ୍ ଫିନଲ୍ୟାଣ୍ଡରେ ୩୪ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ଫିନଲ୍ୟାଣ୍ଡ ସହ ବିଶ୍ବ ଇତିହାସରେ ମଧ୍ୟ ସର୍ବପ୍ରଥମ ଯୁବ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏଣ୍ଟି ରିନେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆଶା କରାଯାଉଥିଲା ଯେ ସାନା ମାରିନ ଫିନଲ୍ୟାଣ୍ଡର ରାଜଭାର ସମ୍ଭାଳି ପାରନ୍ତି। ଏହା ପୂର୍ବରୁ ସାନା ପରିବହନ ଏବଂ ସଞ୍ଚାର ମନ୍ତ୍ରୀ ଥିଲେ।

ସାନା ମରିନ୍ ପ୍ରଧାନମନ୍ତ୍ରୀ ସହ ଜଣେ ଫ୍ୟାଶନିସ୍ତା ମଧ୍ୟ। ସେ ସବୁବେଳେ ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଥାଆନ୍ତି।

ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚିତ ହେବା ପରେ ମରିନ୍ କହିଥିଲେ ଯେ ପୁଣି ଥରେ ବିଶ୍ବାସ କାୟେମ କରିବା ପାଇଁ ବହୁତ କାମ କରିବାକୁ ପଡ଼ିବ। ସେ ତାଙ୍କ ବୟସ ଏବଂ ଲିଙ୍ଗ ବିଷୟରେ କେବେ ବି ଚିନ୍ତା କରି ନାହାନ୍ତି। ସେ ରାଜନୀତିରେ ଆସିବାର କାରଣ ଏବଂ ସେହି ଜିନିଷ ବିଷୟରେ ଭାବିଥାଆନ୍ତି ଯାହା ଯୋଗୁଁ ସେ ଭୋଟରଙ୍କ ବିଶ୍ବାସ ଜିତିଛନ୍ତି।

ସାନା ମରିନ ୧୯୮୫ମସିହାରେ ନଭେମ୍ବର ୧୬ତାରିଖରେ ଫିନଲ୍ୟାଣ୍ଡରେ ଜନ୍ମ ହୋଇଥିଲେ। ସେ ୨୦୧୨ମସିହାରେ ନଗର ବିଜ୍ଞାନରେ ଟ୍ୟାମ୍ପିୟର ବିଶ୍ବବିଦ୍ୟାଳୟରୁ ସ୍ନାତକ କରିଥିଲେ। ୨୦୧୨ମସିହାରେ ତାଙ୍କୁ ଟ୍ୟାମ୍ପିୟରର ନଗର ପରିଷଦ ପାଇଁ ବଛା ଯାଇଥିଲା।

ସେ ୨୦୧୩ମସିହାରୁ ୨୦୧୭ମସିହା ଯାଏଁ ସିଟି କାଉନସିଲର ଚେୟାରପର୍ସନ୍ ଥିଲେ। ସେ ୨୦୧୫ମସିହାରେ ପ୍ରଥମ ଥର ସଂସଦର ସଦସ୍ୟ ହୋଇଥିଲେ। ୨୦୧୯ମସିହା ଜୁନ୍ ମାସରେ ସେ ସରକାରରେ ସାମିଲ ହୋଇଥିଲେ ଏବଂ ତାଙ୍କୁ ପରିବହନ ଏବଂ ସଞ୍ଚାର ମନ୍ତ୍ରାଳୟର ଦାୟିତ୍ବ ପ୍ରଦାନ କରାଯାଇଥିଲା।

ଫିନଳ୍ୟାଣ୍ଡ ଉତ୍ତର ୟୁରୋପରେ ଅବସ୍ଥିତ। ଏହାର ରାଜଧାନୀ ହେଲସିଙ୍କି। ଏହାର ସୀମା ପଶ୍ଚିମରେ ସ୍ବିଡେନ୍,ପୂର୍ବରେ ଋଷ ଏବଂ ଉତ୍ତରରେ ନରଓ୍ବେରେ ମିଶିଥାଏ। ଏହି ଦେଶର ଜନସଂଖ୍ୟା ପାଖାପାଖି ୫୩ଲକ୍ଷ।

   Related Posts