ଭେଟନ୍ତୁ ଲେଡି ସଲମାନଙ୍କୁ, ଏସିଆନ୍ସ-୧୬ରେ ଭାରତ ଲାଗି ଜିତିଥିଲେ ବ୍ରୋଞ୍ଜ
29/09/2019 at 8:29 PM

ବଲିଉଡ୍ ଷ୍ଟାର ସଲମାନ ଖାନଙ୍କୁ ପ୍ରୟ ସମସ୍ତେ ଜାଣନ୍ତି। ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ସାଙ୍ଗକୁ ବଡି ଲାଗି ସଲମାସ ତାଙ୍କ ଫ୍ୟାନ୍ସଙ୍କ ଅତ୍ୟନ୍ତ ପ୍ରୀୟ। ତେବେ ତାଙ୍କ ବିପକ୍ଷରେ ବି ଜଣେ ମହିଳା ଥିବା ହୁଏତ କ୍ୱଚିତ୍ ଜାଣନ୍ତି। ସେ ହେଉଛନ୍ତି ସୋନାଲୀ ସ୍ୱାମୀ। ସୋନାଲ ହୁଏତ ପର୍ଦ୍ଦାରେ ଅଭିନୟ କରୁ ନାହାନ୍ତି ହେଲେ ମୈଦାନରେ ଏକଦା ଥିଲେ ବେଳ ଚଞ୍ଚଳ। ଏସିଆନ୍ସ ୨୦୧୬ରେ ଭାରତ ଲାଗି ସୋନାଲି ବ୍ରୋଞ୍ଜ ଜିତିଥିଲେ।

ସୋନାଲୀଙ୍କ ଶାଶୁ ଘର ଲୋକେ ତାଙ୍କୁ ଲେଡି ସଲମାନ ବୋଲି ଡାକନ୍ତି। ତେବେ ସେ ଏହି ନାଁରେ ତାଙ୍କ ଅଞ୍ଚଳରେ ବି ପ୍ରସିଦ୍ଧ। ୪୧ ବର୍ଷ ବୟସ୍କା ସୋନାଲୀ ବିବାହ ପରେ ଓଜନ ବଢିବା ଯୋଗୁ ଜିମ ଜଏନ କରିଥିଲେ। ଏଥିରେ ସେ ତାଙ୍କର ଓଜନ ହ୍ରାସ କରିବା ସହ ଫିଟନେସ୍ ବି ଫେରିପାଇଥିଲେ। ଏବେ ସୋନାଲୀ ନିଜର ଫିଟନେସ୍ ସେଣ୍ଟର ଖୋଲିଛନ୍ତି। ଯେଉଁଠି ସେ ମହିଳା ଓ ଯୁବତୀଙ୍କୁ ଫିଟନେସ ସାଙ୍ଗକୁ ମଡେଲିଂ ତାଲିମ ବି ଦେଉଛନ୍ତି।

ସୋନାଲୀ ଦେଶର ୧୦ଜଣ ମହିଳା ବଡିବିଲ୍ଡରଙ୍କ ମଧ୍ୟରେ ଅନ୍ୟତମ। ଆଇବିବିଏଫ ଆଥଲେଟ୍ ସୋନାଲୀ ଜଣେ ଅଭିଜ୍ଞ ଜୁମ୍ବା ଓ ବୋକୱା ଫିଟନେସ୍ ଇନଷ୍ଟ୍ରକ୍ଟର। ଏହା ଛଡା ସେ ଜଣେ ଟିଆରଏକ୍ସ ସସପେନସନ ଟ୍ରେନର ମଧ୍ୟ। ବିବାହ ପରେ କ୍ରିଡା ପ୍ରତି ତାଙ୍କର ଋଚି କ୍ରମଶଃ ହ୍ରାସ ହୋଇଥିଲା। ୨ଟି ଶିଶୁଙ୍କ ସହ ପରିବାର କଥା ବୁଝିବା ତାଙ୍କର ଜୀବନକୁ ବଦଳାଇ ଦେଇଛି। ତେବେ ମହିଳାଙ୍କ ଫିଟ୍ ନେସ୍ କ୍ଷେତ୍ରରେ ତାଙ୍କର ଯୋଗଦାନ ବାସ୍ତବିକ ଉଲ୍ଲେଖନୀୟ।