ଜାଣନ୍ତୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଝିଅ ସନା ଗାଙ୍ଗୁଲିଙ୍କ ସମ୍ପର୍କରେ କେତୋଟି ଖାସ୍ କଥା

Published By : Prameya-News7 Bureau | October 23, 2019 IST

ନୂଆଦିଲ୍ଲୀ ୨୩/୧୦: ଭାରତୀୟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ଭାରତୀୟ କ୍ରିକେଟ କଣ୍ଟୋଲ୍ ବୋର୍ଡ଼ର ନୂଆ ସଭାପତି ଦାୟିତ୍ବ ଗ୍ରହଣ କରିଛନ୍ତି। ବୋର୍ଡ଼ର ମୁମ୍ବାଇ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ବୈଠକରେ ଆନୁଷ୍ଠାନିକଭାବେ ଗାଙ୍ଗୁଲିଙ୍କ ନିଯୁକ୍ତି ବିଷୟରେ ଘୋଷଣା କରାଯାଇଛି। ସେ ୨୦୨୦ ମସିହା ଜୁଲାଇ ଯାଏଁ ଏହି ପଦ ସମ୍ଭାଳିବେ।

{"id":173921}

ସୌରଭ ଗାଙ୍ଗୁଲି ସଭାପତି ନିଯୁକ୍ତ ହେବା ପରେ ତାଙ୍କ ଫ୍ୟାନମାନେ ଖୁସି ହୋଇଯାଇଛନ୍ତି। ଲୋକେ ତାଙ୍କୁ ହୃଦୟ ଖୋଲି ଶୁଭକାମନା ଜଣାଉଛନ୍ତି। ଏବେ ଲୋକେ ସୌରଭଙ୍କ ବିଷୟରେ ବହୁତ କିଛି ସର୍ଚ୍ଚ ମଧ୍ୟ କରୁଛନ୍ତି। ଲୋକେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଜାଣିବାକୁ ଚାହୁଁଛନ୍ତି।

{"id":173923}

କୋଲକାତା ପ୍ରିନ୍ସ ଭାବେ ପ୍ରସିଦ୍ଧ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଗାଙ୍ଗୁଲି ଜଣେ ପ୍ରସିଦ୍ଧ ଓଡ଼ିଶୀ ନର୍ତ୍ତକୀ। ଉଭୟଙ୍କ ଝିଅଙ୍କ ନାଁ ହେଉଛି ସନା ଗାଙ୍ଗୁଲି। ସନା ତାଙ୍କ ବାପାଙ୍କ ଭଳି କ୍ରିକେଟର ନୁହଁ ବରଂ ତାଙ୍କ ମାଆଙ୍କ ଭଳି ଓଡ଼ିଶୀ ନୃତ୍ୟାଙ୍ଗନା ହେବାକୁ ଚାହଁନ୍ତି।

{"id":173924}

ସନା ୭ବର୍ଷ ବୟସରୁ ନୃତ୍ୟ ଶିଖୁଛନ୍ତି। ବର୍ତ୍ତମାନ ମିଡିଆରୁ ଦୂରେଇ ରହୁଥିବା ଗାଙ୍ଗୁଲିଙ୍କ ପରିବାର ସୋଶିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛନ୍ତି। ସନା ବର୍ତ୍ତମାନ ପାଠ ପଢ଼ୁଛନ୍ତି। ସେ ନୃତ୍ୟ ନାଟକ କୃଷ୍ଣାଠୁ ନିଜ କାମ ଆରମ୍ଭ କରିଥିଲେ।

{"id":173925}

ସନାଙ୍କୁ ପ୍ରଥମ ଥର ବାପାଙ୍କ ସହ ସେନକୋ ଜୁଏଲାରୀର ବିଜ୍ଞାପନରେ ଦେଖାଯାଇଥିଲା। ଏହା ପରେ ସନା ସୋଶିଆଲ ମିଡିଆରେ ଖୁବ୍ ଆକ୍ଟିଭ ହୋଇଯାଇଥିଲେ ଏବଂ ସେ ପ୍ରାୟ ସମୟରେ ନିଜ ମାଆ ବାପାଙ୍କ ସହ ଫଟୋ ସୋଶିଆଲ ମିଡିଆରେ ପୋଷ୍ଟ କରନ୍ତି।

{"id":173927}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.