Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ନୀଳଗିରି ରଥଯାତ୍ରା ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ ଓ ଦୀପ ଦାନ କଲେ ପୂଜକ

12/06/2021 at 11:12 PM

ନୀଳଗିରି, ୧୨/୬: କୋଭିଡ କଟକଣା ପାଇଁ ପୁରୀ ରଥଯାତ୍ରାକୁ ଛାଡିଦେଲେ ରାଜ୍ୟର ଆଉ ସବୁ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ରଥଯାତ୍ରା ଅନୁଷ୍ଠିତ ହେବା ଆଶା ମଉଳି ଯାଇଥିବାରୁ ପୂଜକ ଓ ଭକ୍ତଙ୍କ ମନରେ ଅସନ୍ତୋଷ ଭରି ରହିଛି।

କୋଭିଡ କଟକଣା ଭିତରେ ରଥଯାତ୍ରା କରିବାକୁ ଦାବି ମଧ୍ୟ ହୋଇଛି। ରଥଯାତ୍ରା ନେଇ ମନ୍ଦିର ପୂଜକମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରିବା ସହ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ସେହିପରି ଠାକୁର ମାହାଲ ହେରିଟାରି ଟ୍ରଷ୍ଟି ତଥା ରାଣୀ ମନୋଜା ମଞ୍ଜରୀ ଦେବୀ କିଛି ପୁଜୁକଙ୍କ ସହ ବାଲେଶ୍ଵର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭେଟି ନୀଳଗିରି ରଥଯାତ୍ରା କୋଭିଡ କଟକଣା ଭିତରେ କିପରି ହୋଇପାରିବ ଏନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି। ମନ୍ଦିର ସହକାରୀ ପୂଜକ ହରିବନ୍ଧୁ କର, ପୁଣ୍ୟଶ୍ଲୋକ ନନ୍ଦ, ସରୋଜ ନନ୍ଦ ସମେତ ଅନ୍ୟ ପୂଜକ ମାନେ ଏଥିରେ ଉପସ୍ଥିତ ଥିଲେ।

   Related Posts