କିଏ ସେ ଅଯୋଧ୍ୟା ରାଜା, ତାଙ୍କ ଉପରେ କାହିଁକି ରାମ ମନ୍ଦିର ଦାୟୀତ୍ବ ?

Published By : Prameya-News7 Bureau | February 06, 2020 IST

ନୂଆଦିଲ୍ଲୀ ୦୫।୦୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଘୋଷଣା କରିସାରିଛନ୍ତି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟରେ ୧୫ଜଣ ସଦସ୍ୟ ରହିବେ। ଏଥିରେ ୯ସ୍ଥାୟୀ ଏବଂ ୬ଜଣ ନାମିତ ସଦସ୍ୟ ରହିବେ। ଟ୍ରଷ୍ଟରେ ସାମିଲ ହୋଇଥିବା ସଦସ୍ୟଙ୍କ ନାଁ ସରକାର  ଚୂଡାନ୍ତ କରିଛନ୍ତି । ଅଯୋଧ୍ୟା ରାଜବଂଶର ବଂଶଜ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରଙ୍କୁ ଟ୍ରଷ୍ଟି ଭାବେ ଚୟନ କରାଯାଇଛି । ବିମଳେନ୍ଦ୍ରଙ୍କ ସ୍ଥାନୀୟଲୋକ ପପୁ ଭାଇ ନାମରେ ଡାକିଥାନ୍ତି ।

{"id":220847,"sizeSlug":"large"}

ଭାଗବାନ ରାମଙ୍କ ପ୍ରତି ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରଙ୍କ ଆଧାତ୍ମିକ ସମ୍ପର୍କ ରହିଛି । ଅତୀତରେ ଅଯୋଧ୍ୟା ସହରର ବ୍ୟବସ୍ଥାକୁ ବିମଳେନ୍ଦ୍ରଙ୍କ ବଂଶଜ ଭାବେ ସମ୍ଭାଳୁଥିଲେ । କିନ୍ତୁ ସମୟ ଗଡିବା ପରେ ପରମ୍ପରା ମଧ୍ୟ ସମାପ୍ତ ହୋଇଯାଇଛି । ତେବେ ପୁଣି ଥରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣର ଦାୟିତ୍ବ ବିମଳେନ୍ଦ୍ରଙ୍କ କାନ୍ଧକୁ ଆସିଛି । ବାବ୍‌ରୀ ମସ୍‌ଜିଦ୍‌ ଭାଙ୍ଗିବା ପରେ ବିମଳେନ୍ଦ୍ର ନିଜ ଘରୁ ରାମଙ୍କ ମୃର୍ତ୍ତୀକୁ ପଠାଇଥିଲେ ।

{"id":220848,"sizeSlug":"large"}

ଅଯୋଧ୍ୟାର ରାଜବଂଶର ବର୍ତ୍ତମାନ ସମୟରେ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ର ରାଜା ଭାବେ ପରିଚିତ । ଅଯୋଧ୍ୟାବାସୀ ଏବେବି ବିମଳେନ୍ଦ୍ରଙ୍କୁ ରାଜା ସାହେବ ବୋଲି ସମ୍ବୋଧନ କରିଥାନ୍ତି । ବିମଳେନ୍ଦ୍ର ଅଯୋଧ୍ୟା ରାମାୟଣ ମେଳା ସଂରକ୍ଷକ ସମିତିର ସଦସ୍ୟ  ଏବଂ ସମାଜସେବା  କରିଥାନ୍ତି ।  ସ୍ବର୍ଗତ ରାଣୀ ବିମଳା ଦେବୀଙ୍କର ଦୁଇ ପୁତ୍ର ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ର ଓ ଶୈଳେନ୍ଦ୍ର ମୋହନ ପ୍ରତାପ ମିଶ୍ର । ବିମଳେନ୍ଦ୍ର ପ୍ରତାପ ପରିବାରର ବଡ ପୁତ୍ର ହୋଇଥିବାରୁ ଅଯୋଧ୍ୟାବାସୀ ରାଜା ଭାବେ ସ୍ବୀକାର କରିଥାନ୍ତି ।  ଡଂ. ରାମ ମନୋହର ଲୋହିଆ ବିଚାରରେ ପ୍ରେରିତ ହୋଇ ରାମାୟଣ-ମେଳା ସମିତିର ସଂରକ୍ଷଣ ମଣ୍ଡଳର ସଦସ୍ୟ ହୋଇଥିଲେ । ବିମଳେନ୍ଦ୍ରଙ୍କୁ ଏବେ ଉତ୍ତରପ୍ରଦେଶ ସରକାରଙ୍କ ଐତିହାସିକ ଭାବନାର ସଂରକ୍ଷଣ ଓ ପର୍ଯ୍ୟଟନର ପ୍ରଚାର ପ୍ରସାର ନିମନ୍ତେ ‘ହେରିଟେଜ୍ ଯୋଜନା’ର କାର୍ଯ୍ୟକାରିଣୀ ସଦସ୍ୟ ରୂପେ ଚୟନ କରାଯାଇଛି ।

{"id":220850,"width":581,"height":457,"sizeSlug":"large"}

ବିଳଳେନ୍ଦ୍ର ମିଶ୍ର ୨୦୦୯ରେ ଫୈଜାବାଦ ଆସନରୁ ବିଏସ୍‌ପି ଟିକେଟ୍‌ରେ ଲୋକସଭା  ନିର୍ବାଚନ ଲଢିଥିଲେ । କଂଗ୍ରେସର ନିର୍ମଳା ଖତ୍ରୀଙ୍କ ନିକଟରୁ ପରାଜୟ ହୋଇଥିଲେ, ପରେ ସେ ନିଜକୁ ନିର୍ବାଚନରୁ ଦୂରେଇ ରଖିଥିଲେ । କିନ୍ତୁ ବିଗତ ଦିନରେ ଅଯୋଧ୍ୟା ରାଜବଂଶ କଂଗ୍ରେସ ପାର୍ଟିର ନିକଟତର ଥିଲେ ବୋଲି ଚର୍ଚା ହୁଏ ।

ରାଜବଂଶରେ ପ୍ରାୟତଃ ପୋଷ୍ୟ ସନ୍ତାନ ଗ୍ରହଣ କରାଯାଇଥାଏ । ରାଜବଂଶରେ ପୋଷ୍ୟ ସନ୍ତାନ ଗ୍ରହଣ କରାଯାଇ ତାଙ୍କୁ ବଂଶର ଉତ୍ତରାଧିକାରୀ ଭାବେ ମାନ୍ୟତା ଦିଆଯାଇଥାଏ । କିନ୍ତୁ ବହୁ ଦିନ ପରେ ରାଜବଂଶରେ କୌଣସି ପୁତ୍ର ସନ୍ତାନ ଜନ୍ମଲାଭ କରିଥିଲେ । ତେଣୁ ବିମଳେନ୍ଦ୍ର ବାଲ୍ୟଜୀବନ କଡା ସୁରକ୍ଷା ମଧ୍ୟରେ ବିତିଛି ।

 ମହାରାଣୀ ବିମଳା ଦେବୀ ବିମଳେନ୍ଦ୍ରଙ୍କୁ ୧୪ବର୍ଷ ନହେବା ଯାଏଁ , ଅନ୍ୟ ପିଲାଙ୍କ ସହ ଖେଳିବାକୁ କିମ୍ବା ମିଶିବାକୁ ଅନୁମତି ଦେଉନଥିଲେ । ଏପରିକି ବିମଳେନ୍ଦ୍ରଙ୍କ ନିର୍ବାଚନ ଲଢିବାକୁ ମାଆ ମଧ୍ୟ ବିରୋଧ କରିଥିଲେ । ବିମଳେନ୍ଦ୍ରଙ୍କ ଛୋଟ ଭାଇ ଶୈଳେନ୍ଦ୍ର ମିଶ୍ର ଅଯୋଧ୍ୟାର ସାକେତ ମହାବିଦ୍ୟାଳୟରେ ପ୍ରବନ୍ଧ ସମିତିର ଅଧ୍ୟକ୍ଷ ଅଛନ୍ତି  । ବିମଳେନ୍ଦ୍ରଙ୍କ ପୁଅ ୟତ୍ରୀନ୍ଦ୍ର ମୋହନ ପ୍ରତାପ ଜଣେ ସାହିତ୍ୟାକାର ଓ ବିବିଧ ଭାରତୀରେ ନିଜର ଦକ୍ଷତା ଦେଖାଇସାରିଛନ୍ତି ।।

ସମାଜସେବା ଦିଗରେ କାର୍ଯ୍ୟ କରିବା ଦିଗରେ ଏକ ଟ୍ରଷ୍ଟ ଗଠନ କରିଛନ୍ତି । ଯାହା ନିଜ ମାଆ ବିମଳା ଦେବୀଙ୍କ ନାମ ଅନୁସାରେ “ ବିମଳା ଦେବୀ ଫାଉଣ୍ଡସେନ” ରଖାଯାଇଛି । ଫାଉଣ୍ଡସେନର ସେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.