Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଭୋଜିରେ ରୋଷେୟା କରୁଛନ୍ତି ଏମିତି ରୁଟି: ଦେଖିଲେ ହୋଇଯିବେ ତାଜୁବ, ଭିଡିଓ ଭାଇରାଲ…

6/12/2021 at 10:15 AM

ମଧ୍ୟପ୍ରଦେଶ ୦୬/୧୨: ବିବାହ ଭୋଜି ସାଧାରଣ ଲୋକ ପସନ୍ଦ କରିଥାନ୍ତି । ପ୍ରାୟ ସବୁ ପ୍ରକାରର ଲୋକେ ଭୋଜିର ଭିନ୍ନ ଭିନ୍ନ ସୁଆଦିଆ ବ୍ୟଞ୍ଜନ ଖାଇଥାନ୍ତି । ତେବେ ଭୋଜି ଖାଉଥିବା ଲୋକେ ହୋଇଯାଆନ୍ତୁ ସାବଧାନ । କାରଣ ସୋସିଆଲ ମିଡିଆରେ ଭାିରାଲେ ହେଉଥିବା ଭିଡିଓ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବେ । ଏଠାରେ ରୋଷେୟା ଜଣଙ୍କ କେମିତି ରୁଟି କରୁଛନ୍ତି ଟିକେ ନଜର ପକାନ୍ତୁ ।

ଉତ୍ତରପ୍ରଦେଶର ମେରଟରେ ନଜର ଆସିଛି ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା । ଜଣେ ରୋଷେୟା କେମିତ ରୁଟି ପ୍ରସତୁତ କରୁଛନ୍ତି ତାର ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭାଇରାଲ ହେଉଥିବା ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ରୁଟି ତିଆରି କରୁଥିବା ବ୍ୟକ୍ତି ଛେପ ପକାଇ ରୁଟି ପ୍ରସ୍ତୁତ କରୁଛନ୍ତି ।

ସୂଚନା ଅନୁଯାୟୀ, ଏହି ଭିଡିଓକୁ କେହି ଜଣେ ରେକର୍ଡ କରିବା ପରେ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ପୋଲିସ ଏହାକୁ ଜାଣିବା ପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ସୂଚନା ଥାଉକି, ଏହି ମାମଲା ଉତ୍ତରପ୍ରଦେଶର ମେରଟ କାନକାର୍କେଡା ଅଞ୍ଚଳର । ଏଠାରେ ଜଣଙ୍କର ନିର୍ବନ୍ଧ ଭୋଜି ଚାଲିଥିଲା । ଯେଉଁଥିରେ ନୌଶାଦ ନାମକ ଜଣେ କାରୀଗରଙ୍କୁ ରୁଟି ତିଆରି କରିବାକୁ ଡକାଯାଇଥିଲା ।

ଏହା ପରେ କିଛି ଲୋକ ନୌଶାଦଙ୍କୁ ରୁଟିରେ ଛେପ ପକାଉଥିବାର ଦେଖିଥିଲେ । ପରେ ଏହାକୁ ଭିଡିଓ କରିଥିଲେ । ଭିଡିଓଟି ସୋସିଆଲ ମିଡିଆରେ ଅପଲୋଡ୍ ହୋଇଥିଲା । ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ମେରଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଭିଯୁକ୍ତ ନୌଶାଦଙ୍କୁ ଗିରଫ କରିଛି । ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ଦେଇ ମେରଟ ପୋଲିସ କହିଛି, ‘କାନକାର୍କେଡା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

   Related Posts