Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ହିନ୍ଦୁ ମହାସଭା ଉପାଧ୍ୟକ୍ଷଙ୍କ ଅଜବ ଅପିଲ୍, କହିଲେ-‘ହିନ୍ଦୁ ୧୦୦ ଟଙ୍କା ରୋଜଗାର କଲେ ୨୦ ଟଙ୍କାରେ ଅସ୍ତ୍ର କିଣିବା ଉଚିତ୍’

25/10/2020 at 4:50 PM

ମେରଠ ୨୫/୧୦ : ଉତ୍ତର ପ୍ରଦେଶ ମେରଠରେ ଅଖିଳ ଭାରତ ହିନ୍ଦୁ ମହାସଭା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଣ୍ଡିତ ଅଶୋକ ଶର୍ମା ବିଜୟାଦଶମୀ ଅବସରରେ ଶସ୍ତ୍ର ପୂଜନ କରିବା ପରେ ବଡ ବୟାନ ଦେଇଛନ୍ତି। ବିଜୟାଦଶମୀରେ ସବୁ ହିନ୍ଦୁଙ୍କୁ ସଂକଳ୍ପ ନେବା ଉଚିତ ଯେ ଯଦି ସେ ୧୦୦ ଟଙ୍କା ରୋଜଗାର କରନ୍ତି ତାହେଲେ ୨୦ ଟଙ୍କାରେ ଅସ୍ତ୍ର କିଣନ୍ତୁ। ହିନ୍ଦୁ ମହାସଭା ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ଯେ ସମସ୍ତ ହିନ୍ଦୁ ଦେବାଦେବୀଙ୍କ ହାତରେ ଶସ୍ତ୍ର ଥାଏ। ସେଥିପାଇଁ ପ୍ରତ୍ୟେକ ହିନ୍ଦୁ ନିଜର ଆତ୍ମରକ୍ଷା ପାଇଁ ଶସ୍ତ୍ର ରଖିବା ଉଚିତ। ସେ ତ୍ରିଶୂଳ ହେଉ, ଗଦା, ଲାଠି, କିମ୍ବା ଆଉ କିଛି। ହିନ୍ଦୁ ମହାସଭା କାର୍ଯ୍ୟକର୍ତ୍ତାଙ୍କୁ ଏହି ଅବସରରେ ଶସ୍ତ୍ର ବିତରଣ ପ୍ରତୀକ ରୂପରେ ପ୍ରଦାନ କରିଛି। ମହାସଭାର ରାଜ୍ୟ ପ୍ରବକ୍ତା ଅଭିଷେକ ଅଗ୍ରୱାଲ କହିଛନ୍ତି ଯେ ମା-ଭଉଣୀଙ୍କ ସୁରକ୍ଷା ପାଇଁ ଅସ୍ତ୍ର ରଖିବା ଦରକାର। ଶାସ୍ତ୍ରର ସୁରକ୍ଷା ପାଇଁ ଶସ୍ତ୍ର ଉଠାଇବା ଆବଶ୍ୟକ ବୋଲି ସେ କହିଛନ୍ତି।

ପଣ୍ଡିତ ଅଶୋକ ଶର୍ମା ବାଗପତରେ ଲମ୍ବା ଦାଢ଼ି ରଖିଥିବା ସବଇନ୍ସପେକ୍ଟର ନିଲମ୍ବନ ପାଇଁ ଦାବି କରିଥିଲେ। ସେ କହିଛନ୍ତି ଯେ ଦେଶରେ କଟ୍ଟରପନ୍ଥୀ ମଞ୍ଜି ବୁଣଚାଲିଛି। ଧର୍ମ ପ୍ରଚାର ପାଇଁ ସେ ଲମ୍ବା ଦାଢ଼ି ରଖିଥିଲେ ବୋଲି ସେ କହିଛନ୍ତି। କିନ୍ତୁ ପରେ ସେ ଚାକିରୀ ଲାଳସାରେ ନିଜ ଧର୍ମ ଭୁଲି ଗଲେ। କିନ୍ତୁ ପରେ ନିଲମ୍ବିତ ହେବାପରେ ଦାଢ଼ି କାଟିଥିଲେ।

ସେ କହିଛନ୍ତି, ଯଦି ପୋଲିସ ବାବୁ ପକ୍କା ଧର୍ମବାଦୀ ତାହେଲେ ସେ ଦାଢ଼ି କାଟିନଥାନ୍ତେ। ପଣ୍ଡିତ ଅଶୋକ ଶର୍ମା କହିଛନ୍ତି ଚାକିରୀ କଥା ପଡିବାରୁ ସେ ଡରିଗଲେ ଓ ଦାଢ଼ି କାଟି ପୁଣି ଚାକିରୀ ଜଏନ୍ କରିଛନ୍ତି।

   Related Posts