Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଏହି ପୂର୍ବତନ ଭାରତୀୟ କ୍ରିକେଟରଙ୍କ ବିରୋଧରେ ମାରପିଟ ଅଭିଯୋଗ : ନିଶାସକ୍ତ ଥିବା କହିଥିଲେ ବ୍ୟବସାୟୀ

15/12/2019 at 2:51 PM

ମିରଟ ୧୫/୧୨: ମୁଲତାନନଗର ବାସିନ୍ଦା ବ୍ୟବସାୟୀ ଦିନେଶ ଶର୍ମା ଭାରତୀୟ କ୍ରିକେଟ ଟିମର ପୂର୍ବତନ ବୋଲର ପ୍ରବୀଣ କୁମାରଙ୍କ ବିରୋଧରେ ମାଡ଼ପିଟ ଅଭିଯୋଗ କରିଛନ୍ତି। ବ୍ୟବସାୟୀ ଅଭିଯୋଗ କରିଛନ୍ତି ଯେ ପ୍ରବୀଣ ତାଙ୍କ ୭ବର୍ଷର ପୁଅଙ୍କୁ ମଧ୍ୟ ଧକ୍କା ଦେଇଥିଲେ। ପ୍ରବୀଣ ନିଶାସକ୍ତ ଅବସ୍ଥାରେ ଥିଲେ। ରାସ୍ତାରେ ପିଲାଙ୍କୁ ଓହ୍ଲାଉଥିବା ବସ୍ ସାଇଡ଼ ନଦେବାରୁ ସେ ରାଗି ଯାଇଥିଲେ। ବ୍ୟବସାୟୀ ଟିପିନଗର ଥାନାରେ ଅଭିଯୋଗ କରିଥିଲେ।

ଦିନେଶ ଶର୍ମା କହିଛନ୍ତି ଯେ ତାଙ୍କର ୭ବର୍ଷର ପୁଅ ଯଶବର୍ଦ୍ଧନ ବେଦବ୍ୟାସପୁରୀର ମିରଟ ପବ୍ଲିକ୍ ସ୍କୁଲରେ ପାଠ ପଢ଼ନ୍ତି। ତାଙ୍କୁ ବସ୍ ନେବା ଆଣିବା କରିଥାଏ। ଶନିବାର ଦ୍ବିପ୍ରହରରେ ମଧ୍ୟ ବସ୍ ତାଙ୍କୁ ଛାଡ଼ିବାକୁ ମୁଲତାନନଗର ଆସିଥିଲା। ଦିନେଶ ବାଗପତ ରୋଡ଼ ସ୍ଥିତ ପେଟ୍ରୋଲ୍ ପମ୍ପ ପାଖରେ ବାଇକ୍ ରଖି ସେଠାରେ ଅପେକ୍ଷା କରିଥିଲେ। ପିଲାମାନେ ବସରୁ ଓହ୍ଲାଉଥିବାବେଳେ ପ୍ରବୀଣ ମଧ୍ୟ କାର୍ ନେଇ ପହଞ୍ଚିଥିଲେ। ପ୍ରବୀଣ ବାରମ୍ବାର ହର୍ଣ୍ଣ ବଜାଇଥିଲେ। ସେ ଆଉ ଅପେକ୍ଷା କରି ପାରିଲେନି।


ଦିନେଶଙ୍କ କହିବା ଅନୁସାରେ ପ୍ରବୀଣ କୁମାର ନିଶାସକ୍ତ ଥିଲେ। ରାସ୍ତାରୁ ବସ୍ ହଟିବାରେ ବିଳମ୍ବ ହେବାରୁ ସେ ତାଙ୍କର ହିତାହିତ ଜ୍ଞାନ ହରାଇ ବସିଥିଲେ। ଦିନେଶ ଅଭିଯୋଗ କରିଥିଲେ ଯେ ପ୍ରବୀଣ ତାଙ୍କ ବାଇକକୁ ଧକ୍କା ଦେଇଥିଲେ,ଫଳରେ ତାଙ୍କ ଆଙ୍ଗୁଠି ଭାଙ୍ଗିଯାଇଥିଲା। ଏହା ସହିତ ବାଇକରୁ ପଡ଼ିଯିବା ଫଳରେ ତାଙ୍କ ପୁଅଙ୍କୁ ମଧ୍ୟ ଆଘାତ ଲାଗିଥିଲା। ଏହା ପରେ ପ୍ରବୀଣ ସେଠାରୁ ଚାଲିଯାଇଥିଲେ।

କିନ୍ତୁ ପ୍ରବୀଣ କୁମାର ବ୍ୟବସାୟୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ କଲୋନୀରେ ମାମୁଲି ବଚସା ହୋଇଥିଲା। ଦିନେଶଙ୍କ ଆକ୍ରମଣରେ ତାଙ୍କ ନାକରେ ଆଘାତ ହୋଇଛି।

ଦିନେଶ ଏବଂ ପ୍ରବୀଣ ଦୁହେଁ ପଡ଼ୋଶୀ। ପୋଲିସଙ୍କ କହିବା ଅନୁସାରେ ସେମାନେ ଏହି ମାମଲାର ଯାଞ୍ଚ କରୁଛନ୍ତି, ଏହା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ।

   Related Posts