Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ଅପରାଧୀଙ୍କୁ ସଫା କରିବାକୁ ଅଣ୍ଟା ଭିଡିଛି ଉତ୍ତର ପ୍ରଦେଶ ପୋଲିସ : ୨୪ ଘଣ୍ଟାରେ ୪ ଏନକାଉଣ୍ଟର୍

19/07/2020 at 1:11 PM

ମେରଠ ୧୯/୦୭ : କାନପୁର କାଣ୍ଡ ପରେ ଉତ୍ତର ପ୍ରଦେଶର ସମସ୍ତ ଜିଲ୍ଲାରେ ଅପରାଧୀଙ୍କୁ କାବୁ କରିବାକୁ ପୋଲିସ ଅଣ୍ଟା ଭିଡିଛି | ସାରା ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଏନକାଉଣ୍ଟର ହେଉଛି | ଲକଡାଉନ ମଧ୍ୟରେ ମେରଠପୋଲିସ ଦ୍ୱାରା ଅପରେସନ କ୍ଲିନ ଜାରି ରହିଛି | ଗତ ୨୪ ଘଣ୍ଟା ମଧ୍ୟରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି | ଏଥିରେ ୭ ଅପରାଧୀ ଗିରଫ ହୋଇଛନ୍ତି | ଗିରଫ ସମସ୍ତ ଅପରାଧୀ ହିଷ୍ଟ୍ରୀସିଟର ଏବଂ ଏମାନଙ୍କ ଉପରେ ଅନେକ ଅପରାଧିକ ମାମଲା ରହିଛି |

ମେରଠ ଏସଏସପି ଅଜୟ ସାହାଣୀ କହିଛନ୍ତି ଯେ ସମସ୍ତ ଅଭିଯୁକ୍ତ ହିଷ୍ଟ୍ରିସିଟର | କାହା ଉପରେ ୩୫ଟି ଅପରାଧିକ ମାମଲା ରହିଥିବାବେଳେ ଆଉ କାହା ଉପରେ ୩୬ ଟି ମାମଲା ରହିଛି | ଏସଏସପି କହିଛନ୍ତି କରୋନା ସହ ଅପରାଧୀଙ୍କୁ ମଧ୍ୟ ନିୟନ୍ତ୍ରଣ କରିବାକୁ ହେବ | ପୋଲିସ ଟିମ ଏବଂ କ୍ରାଇମ ବ୍ରାଞ୍ଚ ଟିମ ଆଲର୍ଟ ଅଛନ୍ତି ବୋଲି ସେ କହିଛନ୍ତି | ଯଦି କୌଣସି ଅପରାଧୀ ପୋଲିସ ଉପରକୁ ଗୁଳି ଚଳାଏ ତାହେଲେ ତାକୁ ଉଚିତ ଜବାବ ଦିଆଯିବ | ବୁଧବାର ବିଳମ୍ବିତ ରାତିରେ ମେରଠ ପୋଲିସ ଜିଲ୍ଲା ଟପ-୩ ଅପରାଧୀମାନଙ୍କ ମଧ୍ୟରେ ସାମିଲ ଦୀପକକୁ ଏନକାଉଣ୍ଟର କରିଥିଲା | ଦୀପକ ଉପରେ ୫୦ ହଜାର ଟଙ୍କା ପୁରସ୍କାର ଥିଲା | ଏନକାଉଣ୍ଟର ବେଳେ ଦୀପକ ଆଉ ଜଣେ ସାଥି ଫେରାର ହୋଇଯାଇଥିଲା |

ରୋହଟା ଅଞ୍ଚଳରେ କିଛି ଅପରାଧୀ ଲୁଚିଥିବା ପୋଲିସକୁ ସୂଚନା ମିଳିଥିଲା | ସୂଚନା ପାଇ ପୋଲିସ ଟିମ ସେହି ଅଞ୍ଚଳକୁ ଘେରିଥିଲା | ଏହାପରେ ଅପରାଧୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ | ଉଭୟ ପକ୍ଷର ଗୁଳି ବିନିମୟରେ ଜଣେ କନେଷ୍ଟବଳ ମଧ୍ୟ ଆହତ ହୋଇଛନ୍ତି | ଅପରାଧୀ ଦୀପକ କୁମାର ପୋଲିସ ଗୁଳିରେ ଗୁରୁତର ଆହତ ହୋଇଥିଲା | ତାକୁ ଗମ୍ଭୀର ଅବସ୍ଥାରେ ମେରଠ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ |

   Related Posts