Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ନିଜ ମୃତ୍ୟୁର ଗୁଜବ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ମିନାକ୍ଷୀ: ଆମେରିକାରୁ ଦେଲେ ଅପଡେଟ୍

3/05/2021 at 6:59 PM

ମୁମ୍ବାଇ ୦୩/୦୫ : ୮୦-୯୦ ଦଶକର ଜଣାଶୁଣା ଓ ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ମିନାକ୍ଷୀ ଶିଷାଦ୍ରୀଙ୍କ ମୃତ୍ୟୁକୁ ନେଇ ରବିବାର ସନ୍ଧ୍ୟାରେ ଗୁଜବ ସୃଷ୍ଟି ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ନାନା ଖବର ସାମ୍ନାକୁ ଆସିଥିଲା। କରୋନା ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଥିଲା।

କିନ୍ତୁ ଏହି ଗୁଜବର ସତ ସାମ୍ନାକୁ ଆସିଛି। ନିଜ ସହ ଜଡିତ ଏହିଭଳି ନକାରାତ୍ମକ ଖବର ଉପରେ ପୂର୍ଣ୍ଣଛେଦ ଲଗାଇଛନ୍ତି ନିଜେ ଅଭିନେତ୍ରୀ ମିନାକ୍ଷୀ ଶିଷାଦ୍ରୀ। ସୋସିଆଲ ମିଡ଼ିଆ ଜରିଆରେ ସେ ନିଜେ ଖବରର ସତ୍ୟତା ଜଣାଇଛନ୍ତି। ଆମେରିକାର ଡଲାସ ସହରରେ ନିଜ ସ୍ୱାମୀ ଓ ଦୁଇ ଶିଶୁଙ୍କ ରହୁଥିବା ମିନାକ୍ଷୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ସେ ଲେଖିଛନ୍ତି, “ଡାନ୍ସ ପୋଜ”। ଏହି ପୋଷ୍ଟ ଜରିଆରେ ସେ ନିଜର ମୃତ୍ୟୁ ଗୁଜବକୁ ଖଣ୍ଡନ କରିଛନ୍ତି।

୧୯୮୧ ମସିହାରେ ଆୟୋଜିତ ହୋଇଥିବା ମିସ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ମିନାକ୍ଷୀ। ସେତେବେଳେ ତାଙ୍କୁ ୧୭ ବର୍ଷ ବୟସ ହୋଇଥିଲା। ୧୯୮୩ ମସିହାରେ ଫିଲ୍ମ ପେଣ୍ଟର ବାବୁ ଜରିଆରେ ଫିଲ୍ମ ଜଗତରେ ପାଦ ଦେଇଥିଲେ ମିନାକ୍ଷୀ। ଫିଲ୍ମ ସୁପରହିଟ୍ ହୋଇଥିଲା। ୧୯୮୫ ମସିହାରେ ହରିଶ ମୈସୁର ନାମକ ଜଣେ ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କ ସହ ବିବାହ କରିଥିଲେ। ଏହାପରେ ସେ ସ୍ୱାମୀଙ୍କ ସହ ଆମେରିକା ଚାଲିଯାଇଥିଲେ। ତାପରେ ସେ ଦୁଇ ଶିଶୁର ମା’ ହୋଇଥିଲେ। ଡଲାସ ସେ ଏକ ଡାନ୍ସ ସ୍କୁଲ ମଧ୍ୟ ଚଳାନ୍ତି। ତାଙ୍କର ଶେଷ ଫିଲ୍ମ ଥିଲା ଘାତକ। ଏଥିରେ ସେ ସନ୍ନି ଦେଓଲଙ୍କ ସହ ଅଭିନୟ କରିଥିଲେ। ଫିଲ୍ମ ୧୯୯୬ରେ ରିଲିଜ ହୋଇଥିଲା।

ମିନାକ୍ଷୀ ପେଣ୍ଟର ବାବୁ, ଆୱାରା ବାପ, ଘର ହୋ ତୋ ଐସା, ଇନାମ ଦଶ ହଜାର, ଲଭର ବଏ, ଆଂଧୀ ତୁଫାନ, ସ୍ଵାତି, ମେରୀ ଜଙ୍ଗ, ଡକାଏତ୍, ଜୁର୍ମ, ଗଙ୍ଗା ଯମୁନା ସରସ୍ବତୀ, ଘରାନା, ପରିବାର, ଘାୟଲ, ଦାମିନୀ ଭଳି ହଟ୍ ଫିଲ୍ମରେ କାମ କରିଛନ୍ତି। 

   Related Posts