Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ବାପା-ମାଆ ମରିଗଲା ପରେ ବି ଯୁବତୀ ହରାଇ ନାହାଁନ୍ତି ସାହସ, ଯାହା କରୁଛନ୍ତି କୌଣସି ଝିଅ ବି କରିପାରିବନି ଏହି କାମ

27/01/2019 at 8:44 PM

ପାନିପଥ ୨୭/୧- ମହିଳା ମାନେ ଆଜି ପୁରୁଷଙ୍କର ସମକକ୍ଷ ହୋଇପାରିଛନ୍ତି । ବିମାନ ଚଳାଇବା , କ୍ରିକେଟ ଖେଳିବା ଠାରୁ ଆରମ୍ଭ କରି ଏଭରେଷ୍ଟ ଚଢ଼ିଵା ଯାଏଁ ସବୁ କାମ କରିପାରୁଛନ୍ତି । କିନ୍ତୁ ଆଜି ଆମେ ଯେଉଁ ମହିଳା କଥା କହିବୁ, କେବେ ଭାବି ନଥିବେ ସେ ଏହି କାମ କରୁଛନ୍ତି ବୋଲି ।

ପାନିପଥର ଏହି ସାହସୀ ମହିଳା ମିନା । ବାପା-ମାଆ ମରିଗଲା ପରେ ବି ଭାଙ୍ଗି ପଡ଼ି ନଥିଲେ । ନିଜେ ଅଶିକ୍ଷିତ ବି ନଥିଲେ । ଉଚ୍ଚଶିକ୍ଷିତ । ପାଠରେ ବି.ଏ. , ବିଇଡ଼ି । କିନ୍ତୁ ସରକାରୀ ଚାକିରି ପଛରେ ନ ଗୋଡ଼ାଇ ଆତ୍ମନିର୍ଭରଶୀଳ ହେବାକୁ ଆପଣେଇଛନ୍ତି ଏହି ବୃତ୍ତି । ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

ମିନାଙ୍କ ବାପା ମାଆ ମରିଗଲା ପରେ ମିନା ଏକପ୍ରକାର ଦୁନିଆରେ ଏକା । ଭାଇ ସୁବାଶ ଶର୍ମା ପରିବାର ସହ ରୁହନ୍ତି । ମିନା ଉଚ୍ଚଶିକ୍ଷିତ ହେଲେ ହେଁ ନିଜ ମନଭିତରେ ନାହିଁ ସେମିତି ଗର୍ବ କିମ୍ବା ଅଂହକାର । ଯଦି ଜଣେ ପୁରୁଷ ସବୁକାମ କରିପାରୁଛି, ନାରୀ କାହିଁକି କରିପାରିବନି । ସେହି ଜିଦରେ ନିଜେ ହେଭି ଭେଇକିଲର ଲାଇସେନ୍ସ କାଢ଼ି ଟ୍ରକ ଚଳାଉଛନ୍ତି ମିନା ।  

ଏହି ଘଟଣା ମିନାଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି । ସେ ୨୦୧୪ ମସିହାରେ ହାଲକା ଯାନ ପାଇଁ ଲାଇସେନ୍ସ କରି ଗାଡ଼ି ଚଳାଇବା ଆରମ୍ଭ କରିଥିଲେ । ପରେ ପରେ ଭାରୀଯାନ ଚଳାଇବା ଶିଖିବା ଆରମ୍ଭ କଲେ ।

ଏବେ ମିନା ଟ୍ରକ, ବସ୍ ଭଳି ଭାରୀଯାନ ଚଳାଉଛନ୍ତି ।  ସେ କୁହନ୍ତି ଦୁନିଆର ଛୋଟ-ବଡ଼ କିଛି କାମରେ ନାହିଁ । ଚେଷ୍ଟାକଲେ ସବୁକାମ ସମ୍ଭବ ହୋଇପାରିବ ବୋଲି କୁହନ୍ତି । ମିନା ଆଜି ସାରାଦେଶରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ।

ମିନାଙ୍କ ଭଳି ଜଣେ ଝିଅପିଲା  ବାପା-ମାଆ ମରିଗଲା ପରେ ଯଦି ମେହନତ କରି ସ୍ଵାଭିମାନ ସହ ବଂଚିବା ଶିଖିଛି, ଆଜିର ଯୁବପୀଢ଼ି ମିନାଙ୍କ ଠାରୁ କଣ କିଛି ଶିଖିବା ଉଚିତ ନୁହେଁ ?

ସ୍ଵାଭିମାନ ସହ ରୋଜଗାର କରି ବଂଚିବା ଠାରୁ କଣ ପଇସା ପାଇଁ ଅପରାଧ କରିବା ଠିକ ? ଯୁବପୀଢ଼ିମାନେ ଏତିକି ତ ଧ୍ୟାନ ଦେଇପାରିବେ ।

   Related Posts