ଏହି ବର୍ଷ ବି ଟପ୍‌ରେ ରହିଲା ମେଡିଟେରେନିୟନ୍ ଡାଏଟ୍ : ଜାଣନ୍ତୁ ଏହି ଡାଏଟ୍‌ର ରହିଛି କ'ଣ କ'ଣ ଲାଭ

Published By : Prameya-News7 Bureau | January 09, 2021 IST

ଭୁବନେଶ୍ୱର ୦୯/୦୧ : ଯଦି ଆପଣ ଫିଟନେସ୍ ଓ ପୋଷଣ ପାଇଁ ହେଲ୍ଦି ଡାଏଟି ଜାଣିବାକୁ ଚାହୁଁଛନ୍ତି ତାହେଲେ ମେଡିଟେରେନିୟନ୍ ଡାଏଟ୍ ଆପଣଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ। ଫଳ ଓ ପନିପରିବାରେ ଭରପୁର ମେଡିଟେରେନିୟନ ଡାଏଟ୍ କୁ ୨୦୨୧ର ସବୁଠାରୁ ଉତ୍ତମ ଡାଏଟ୍ କୁହାଯାଇଛି। ଲଗାତାର ୪ ବର୍ଷ ହେଲା ଏହି ଲୋକପ୍ରିୟ ଡାଏଟ୍ ଆମେରିକାର ନ୍ୟୁଜ ଆଣ୍ଡ ୱାର୍ଲଡ ରିପୋର୍ଟରେ ହେଲ୍ଦି ଡାଏଟ୍ କ୍ୟାଟେଗରୀରେ ଆମେରିକାରେ ଟପରେ ଅଛି। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଡ୍ୟାସ୍ ଡାଏଟ୍ ଅଛି।

{"id":389540,"sizeSlug":"large","linkDestination":"none"}

ମେଡିଟେରେନିୟନ୍ ଡାଏଟ୍ କାହିଁକି ସର୍ବୋତ୍ତମ :

ମେଡିଟେରେନିୟନ୍ ଡାଏଟ୍ ରେ ଫଳ, ପନିପରିବା, ବାଦାମ, ଶସ୍ୟ ଜାତୀୟ ଖାଦ୍ୟ, ଅଲିଭ ଅଏଲ ଆଦି ସାମିଲ ହୋଇଥାଏ ଯାହା ସ୍ୱାସ୍ଥ୍ୟ ପ୍ରତି ବିପଦ କମ କରିଥାଏ। ଓଜନ କମାଇବା, ଅନ୍ତ, ମଧୁମେହ ପାଇଁ ଏହି ଡାଏଟ୍ ଉତ୍ତମ ବୋଲି କୁହାଯାଇଛି। ସବୁଠାରୁ ଭଲ ଡାଏଟ୍ ସହ ମଧୁମେହ ଓ ସୁସ୍ଥ ହୃଦୟ ପାଇଁ ମଧ୍ୟ ଏହା ଉତ୍ତମ ବୋଲି ଅନେକ ଅଧ୍ୟୟନରେ ଏହା ପ୍ରମାଣିତ ହୋଇଛି। ସ୍ୱାସ୍ଥ୍ୟ ପ୍ରତି ଏହାର ଅନେକ ଲାଭ ରହିଛି।

{"id":389541,"sizeSlug":"large","linkDestination":"none"}

. ସୁସ୍ଥ ହୃଦୟ - ଆମେରିକାନ ହାର୍ଟ ଆସୋସିଏସନ ଅନୁସାରେ, ମେଡିଟେରେନିୟନ୍ ଡାଏଟ୍ ଆପଣଙ୍କୁ ଏକ ସୁସ୍ଥ ଆହାର ପାଟର୍ନ ଆପଣେଇବାରେ ସାହାଯ୍ୟ କରିଥାଏ। ଯାହାଦ୍ୱାରା ହୃଦୟ ରୋଗ ସହ ଲଢ଼ିବାରେ ଏବଂ ବିପଦ କରିବାରେ ସାହାଯ୍ୟ ମିଳିଥାଏ।

. ମଧୁମେହ ନିୟନ୍ତ୍ରଣ କରିଥାଏ - ଡାଏବେଟିସ କେୟାର ନାମକ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଦାବି କରାଯାଇଛି ଯେ ମେଡିଟେରେନିୟନ ଡାଏଟ୍ ଦ୍ୱାରା ଟାଇପ-୨ ଡାଏବେଟିସ ରୋଗୀଙ୍କ ସ୍ୱାସ୍ଥ୍ୟରେ ସୁଧାର ହୋଇଥାଏ। ମେଡିଟେରେନିୟନ୍ ଡାଏଟ୍ ରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ, ଭିଟାମିନ୍, ଅନସେଚ୍ୟୁରେଟେଡ ଫେଟି ଏସିଡ୍ ନ୍ୟୁରୋ ଭାସ୍କୁଲାର ସ୍ୱାସ୍ଥ୍ୟରେ ସୁଧାର ଆଣିଥାଏ।

{"id":389542,"sizeSlug":"large","linkDestination":"none"}

. ଅନ୍ତନଳୀ ପାଇଁ ଭଲ - ଏହି ଡାଏଟ୍ ଅନ୍ତ ପାଇଁ ମଧ୍ୟ ଭଲ। ଯୁଇଜି ୨୦୧୯ ୱିକ୍ ବର୍ସିଲୋନାର ଅଧ୍ୟୟନ ଅନୁସାରେ ଏହି ଡାଏଟ୍ ରେ ଆଣ୍ଟିଇନଫ୍ଲାମେଟରି ଗୁଣ ରହିଛି ଯାହା ଅନ୍ତନଳୀ ପାଇଁ ଲାଭଦାୟକ।

. ମସ୍ତିସ୍କକୁ ସୁସ୍ଥ ରଖିଥାଏ - ଫଳ, ପନିପରିବା ଓ ବାଦାମରେ ଭରପୁର ଏହି ଡାଏଟ୍ ମସ୍ତିସ୍କ ପାଇଁ ମଧ୍ୟ ସ୍ୱାସ୍ଥ୍ୟକର। ଜର୍ଣ୍ଣାଲ୍ ନ୍ୟୁରୋଲୋଜିରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏହି ଡାଏଟ୍ କାଂଗ୍ନିଗେଟିଭ୍ ଡିକଲାଇନ ପ୍ରୋସେସକୁ ମନ୍ଥର କରିଥାଏ।

{"id":389543,"sizeSlug":"large","linkDestination":"none"}

୫. ସ୍ତନ କର୍କଟ ରିସ୍କ କମ କରିଥାଏ - ଜର୍ଣ୍ଣାଲ ଜେଏଏମଏ ଇଂଟରନାଲ ମେଡ଼ିସିନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଦୁନିଆରେ ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରେ ସ୍ତନ କର୍କଟ ଏକ ଗମ୍ଭୀର ସମସ୍ୟା। ଏହି ଡାଏଟ୍ ସ୍ତନ କର୍କଟ ଆଶଙ୍କା କମ କରିଥାଏ। ରିସର୍ଚ୍ଚ ଅନୁଯାୟୀ, ସ୍ତନ କର୍କଟର ପ୍ରାଥମିକ ପ୍ରତିରୋଧ ଭାବେ ଅଲିଭ ଅଏଲ ଏବଂ ମେଡିଟେରେନିୟନ ଡାଏଟ୍ ଲାଭଦାୟକ ହୋଇଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.