Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

କରୋନା ପ୍ରକୋପ ମଧ୍ୟରେ ଔଷଧ ଦାମ୍‌ କମାଇଲେ କେନ୍ଦ୍ର ସରକାର, ରେମ୍‌ଡେସିଭିର ୧୯୦୦ ଟଙ୍କା ଶସ୍ତା, ଦେଖନ୍ତୁ ପୂରା ଲିଷ୍ଟ

17/04/2021 at 6:12 PM

ନୂଆଦିଲ୍ଲୀ ୧୭/୪: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ମୁଣ୍ଡବିନ୍ଧାର କାରଣ ପାଲଟିଛି। ସଂକ୍ରମଣ ଲଗାତାର ୨ ଲକ୍ଷ ପାର କରୁଥିବା ବେଳେ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। କରୋନା ସଂକ୍ରମିତଙ୍କ ଚିକିତ୍ସାକୁ ନେଇ ବିଭିନ୍ନ ସମସ୍ୟା ଉପୁଜୁଥିବା ବେଳେ କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା ଔଷଧଗୁଡ଼ିକର ଦାମ କମାଇଛନ୍ତି ମୋଦୀ ସରକାର।

ବିଶେଷ କରି କରୋନା ଚିକିତ୍ସାରେ ରାମ ବାଣ କୁହାଯାଉଥିବା ରେମଡେସିଭିର ଏବେ ଶସ୍ତାରେ ମିଳିବ ବୋଲି ଜଣାପଡ଼ିଛି । ଏନେଇ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ରେମଡେସିଭିରର ଦାମ ୫୪୦୦ ଟଙ୍କାରୁ କମାଇ ୩୫୦୦ ଟଙ୍କା କରିଛନ୍ତି ସରକାର। ଏହା ସହ ସରକାର କ୍ୟାଡେଲିଆ ହେଲ୍ଥକେୟାର ଲିମିଟେଡ୍‌ର ଔଷଧ REMDAC ମୂଲ୍ୟ ୨୮୦୦ ଟଙ୍କାରୁ କମାଇ ୮୯୯ ଟଙ୍କା କରିଛନ୍ତି। ସିଞ୍ଜେନ ଇଣ୍ଟରନ୍ୟାସନାଲ୍‌ ଲିମିଟେଡ୍‌ର ଔଷଧ RemWinର ଦାମ ୩୯୫୦ ଟଙ୍କା ଥିଲା।

ଏବେ ଏହା କେବଳ ୨୪୫୦ ଟଙ୍କାରେ ଉପଲବ୍ଧ ହୋଇପାରିବ। ସିପ୍ଲା ଲିମିଟେଡର CIPREMIର ଦାମ ୧୦୦୦ ଟଙ୍କା କମି ୩୦୦୦ ଟଙ୍କା ହୋଇଛି। ଏହା ବ୍ୟତୀତ COVIFOR ମୂଲ୍ୟରେ ହ୍ରାସ କରାଯାଇଛି। ପ୍ରାୟ ୧୯୦୦ ଟଙ୍କା କମି ଏବେ କେବଳ ୩୪୯୦ ଟଙ୍କାରେ କୋଭିଫର ମିଳିପାରିବ ବୋଲି ଜଣାପଡ଼ିଛି। କରୋନା ସଂକ୍ରମିତଙ୍କ ଚିକତ୍ସାରେ ବ୍ୟବହୃତ ରେମଡେସିଭିରର କଳାବଜାରୀ ହେଉଥିବା ନେଇ ଅଭିଯୋଗ ଆସିବା ପରେ ସରକାରଙ୍କ ପକ୍ଷରୁ ଏହା ଉପରେ ନଜର ରଖାଯାଇଛି। ଏପରିକି ଏବେ ସରକାର ଏହି ସବୁ ଔଷଧ ଉପରେ ମୂଲ୍ୟ ହ୍ରାସ କରିଛନ୍ତି ।

   Related Posts