ଲୋକଙ୍କୁ ମିଳୁନି ଅଥଚ ଫିଙ୍ଗା ଯାଉଛି: ଜଙ୍ଗଲରେ ପଡିଛି ପୁଳାପୁଳା ମେଡିସିନ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | March 05, 2020 IST

ନବରଙ୍ଗପୁର ୦୫।୦୩: ରୋଗୀଙ୍କ ପାଇଁ ଆସିଥିବା ମେଡିସିନ ଏବେ ରାସ୍ତାର କଡରେ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ ଦେଖିବାକୁ ମିଳିଛି ଏଭଳି ଦୁର୍ଭାଗ୍ୟ ଜଣକ ଘଟଣା । ସରକାର ଯୋଗେଇ ଦେଉଥିବା ଔଷଧକୁ ରୋଗୀ ମନଙ୍କୁ ନ ଦେଇ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବାର ଦେଖିବାକୁ ମିଳିଛି ।

{"id":233032,"sizeSlug":"large"}

କୋଷଗୁମଡା ଠାରୁ ପଣ୍ଡୁଗୁଡା ରାସ୍ତାରେ ଥିବା ନୀଳଗିରି ଜଙ୍ଗଲ ନିକଟରେ ବିପୁଳ ପରିମାଣର ମେଡିସିନ ପଡିଛି ।  ସରକାର ଯୋଗାଇ ଦେଉଥିବା ୫ ପ୍ରକାର ଔଷଧକୁ ଫିଙ୍ଗି ଦେଇଛନ୍ତି ।  ଅନେକ ଔଷଧର ଏକ୍ସପାରି ହୋଇ ନଥିବାବେଳେ ଗୋଟିଏ ଦୁଇଟି ଔଷଧ ଏକ୍ସପାରି ହୋଇ ସାରିଛି । ଗର୍ଭବତୀ ମହିଳା ଏବଂ ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଟ କ୍ୟାଲସିୟମ,ଛିଙ୍କ, ଆଇରନ, ଓଆରଏସ ପାଉଡର ଏବଂ କିଛି ସିରଫ  ଗୁଡିକୁ ଫୋପାଡି  ଦିଆଯାଇଛି ।

{"id":233033,"sizeSlug":"large"}

ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଅନେକ ସମୟରେ ଔଷଧ ନଥିବା ନେଇ ବହୁବାର ଡାକ୍ତରଖାନା ମାନଙ୍କରେ ଅଧିକାରୀ ମାନେ ଆକ୍ରୋସ ର ଶିକାର ହେଇଥାନ୍ତି ।  କିନ୍ତୁ ଏହିଭଳି ଔଷଧ ଫିଙ୍ଗିବା ନେଇ ସାଧାରଣ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

{"id":233034,"sizeSlug":"large"}

କୋଷଗୁମଡା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସରଙ୍କୁ ଘଟଣା ବିଷୟରେ ଜଣାଇଯାଇଥିଲେ । ତୁରନ୍ତ ସେହି ସ୍ଥାନରୁ ଔଷଧକୁ ଆଣିବା ସହିତ ତାହାର Beatch No ଦେଖି ଅନୁଧ୍ୟାନ କରୁଛନ୍ତି । ଫିଙ୍ଗା ଯାଇଥିବା ଔଷଧ ଗୁଡିକ ଡାକ୍ତରଖାନାର ହୋଇନଥିବା ଜଣାପଡିଥିଲା  ।

{"id":233035,"sizeSlug":"large"}

କିନ୍ତୁ ଏହି ଔଷଧ ଗୁଡିକ ସବ ସେଣ୍ଟେର ମାନଙ୍କରେ କାର୍ଯ୍ୟରତ ମହିଳା ସ୍ୱସ୍ଥ୍ୟ କର୍ମୀ ମାନଙ୍କୁ ଦିଆଯାଉଥିବା ସ୍ପଷ୍ଠ କରିଥିଲେ ମେଡିକାଲ ଅଫିସର।ଏହାପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଔଷଧ ଫିଙ୍ଗାଯାଇଥିବା ଘଟଣା ବିଷୟରେ ପଚାରିବାରୁ ସେ ଘଟଣାର ତଦନ୍ତ କରିବେ । ଏବଂ ଏଥିରେ ସାମିଲ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.