ଅନଲାଇନରେ ମେଡିସିନ୍ ବ୍ୟବସାୟକୁ ବିରୋଧ କରି ଆସନ୍ତା ୨୭ରୁ ୨୮ ତାରିଖ ପର୍ଯ୍ୟନ୍ତ ସମସ୍ତ ମେଡିସିନ ଦୋକାନ ବନ୍ଦ ଡାକରା
27/09/2018 at 1:29 AM

ଭୁବନେଶ୍ୱର ୨୬/୯: ଅନଲାଇନରେ ମେଡିସିନ୍ ବ୍ୟବସାୟକୁ ବିରୋଧ । ଆସନ୍ତା ୨୭ ତାରିଖ ରାତି ୧୨ଟାରୁ ୨୮ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ରହିବ ମେଡସିନ୍ ଦୋକାନ । ବନ୍ଦ ଡାକରା ଦେଇଛି ଭାରତୀୟ ଔଷଧ ବ୍ୟବସାୟ ମହାସଂଘ । ଏହାକୁ ସମର୍ଥନ କରିବ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ । ହସ୍ପିଟାଲ କ୍ୟାମ୍ପସ ପରିସର ମେଡିସିନ୍ ଷ୍ଟୋରକୁ ଛାଡିଦେଲେ ରାଜ୍ୟର ୨୨ ହଜାରରୁ ଅଧିକ ମେଡିସିନ୍ ଷ୍ଟୋର ବନ୍ଦରେ ସାମିଲ ହେବେ । ପୂର୍ବରୁ ଏନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା । କିନ୍ତୁ କୌଣସି ପଦକ୍ଷେପ ନିଆ ନନେବାରୁ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ସଂଘ । ଅନଲାଇନରେ ମେଡିସିନ୍ ବ୍ୟବସାୟ ଯୋଗୁଁ ୧କୋଟି ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି ।