Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କ୍ଲିନିକରେ ପଶି ଡାକ୍ତର ଓ ମେଡିସିନ ଦୋକାନୀଙ୍କୁ ଗୁଳିମାଡ ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ମେଡିସିନ ଦୋକାନୀ ମୃତ

16/12/2019 at 7:53 AM

ଖୋର୍ଦ୍ଧା୧୬।୧୨: ଖୋର୍ଦ୍ଧା କ୍ଲିନିକରେ ଗୁଳିମାଡ ଘଟଣରେ ଗୁରୁତର ଔଷଧ ଦୋକାନୀ ସନ୍ତୋଷ ସାହୁଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଏକ ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ମୃତ୍ୟୁ ହୋଇଛି ।  ସନ୍ତୋଷଙ୍କୁ ଗୁରୁତର ଭାବେ ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବର ସ୍ଥିତ ଏକ ଘେରାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ରବିବାର ଦିନ କ୍ଲିନିକରେ ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ଡାକ୍ତରଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଡାକ୍ତରଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ବେଳେ ନିକଟରେ ଥିବା ମେଡ଼ିସିନ ଦୋକାନୀଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା ।  ଡାକ୍ତର ଜଣକ ହେଲେ ଶିଶୁ ରୋଗ ବିଶେଷଜ୍ଞ ମାନସ ରଞ୍ଜାନ ଦାସ । ରବିବାର ସେ କ୍ଲିନିକ୍ ରେ ବସି ରୋଗୀ ଦେଖୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ, ପରେ ଦୁଇ ଦୁର୍ବୃତ୍ତ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । 

ଆହତ ଡାକ୍ତର ମାନସ ଦାସ ଓ ମେଡ଼ିସିନ ଦୋକାନୀ ସନ୍ତୋଷ ସାହୁଙ୍କୁ ଭୁବନେଶ୍ବରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆହତ ଡାକ୍ତରଙ୍କ ପେଟରେ ଗୁଳି ବାଜିଛି । ତାଙ୍କୁ ପ୍ରଥମ ଖୋର୍ଦ୍ଧା ଡାକ୍ତରଖାନା ଏବଂ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଙ୍କ ଉପରେ ଦୁର୍ବୃତ୍ତ ମାନେ ଗୁଳି ଚଳାଇଥିବା ବେଳେ ମେଡିସିନ୍  ଷ୍ଟୋର ମାଲିକ ତାଙ୍କୁ ବଞ୍ଚାଇବାକୁ ଆସିବା ବେଳେ ଦୁର୍ବୃତ୍ତ ମାନେ ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଖୋର୍ଦ୍ଧା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।  ଗୁଳିକାଣ୍ଡ ର ସମସ୍ତ ଘଟଣା ସିସିଟିଭି ରେ କଏଦ ହୋଇଛି । ସିସିଟିଭି କୁ ଆଧାର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ତେବେ ଖୁବଶୀଘ୍ର ଦୁର୍ବୃତ୍ତ ମାନଙ୍କୁ ଧରାଯିବ ବୋଲି  ଖୋର୍ଦ୍ଧା ଏସ୍ ପି ସୂଚନା ଦେଇଛନ୍ତି।

   Related Posts