କରୋନା ମହାମାରୀ ଚିକିତ୍ସା ଲାଗି ଦେଶରେ ଔଷଧ ପ୍ରସ୍ତୁତ, ମୂଲ୍ୟ ମାତ୍ର ୫୯ ଟଙ୍କା

Published By : Prameya-News7 Bureau | July 24, 2020 IST

ନୂଆଦିଲ୍ଲୀ ୨୪।୭: ଭାରତରେ କରୋନା ଭାଇରସ ମହାମାରୀ ଚିକିତ୍ସାରେ ଏପର୍ଯ୍ୟନ୍ତ ଥିବା ଅସୁବିଧା ଏବେ ଦୂର ହୋଇ ପାରିବ। ଏଥିଲାଗି ଔଷଧ ପ୍ରସ୍ତୁତି ସରିଥିବା ବେଳେ ଏହାର ବିକ୍ରୟ ଓ ବିପଣନ ଲାଗି ଡ୍ରଗସ୍ କଣ୍ଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)ଙ୍କ ଅନୁମତି ମଧ୍ୟ ମିଳିଛି। ସୂଚନା ଅନୁସାରେ ଏହି ଔଷଧର ମୂଲ୍ୟ ମାତ୍ର ୫୯ ଟଙ୍କା ଥିବା ବେଳେ ଏହାକୁ ବ୍ରିଣ୍ଟନ ଫର୍ମାସ୍ୟୁଟିକାଲସ ପ୍ରସ୍ତୁତ କରିଛନ୍ତି। ‘ଫେବିଟନ’ ନାମରେ ଏହି ଔଷଧ ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

{"id":304974,"sizeSlug":"large"}

ଏହି ଔଷଧ ୨୦୦ ମିଲିଗ୍ରାମ ଟାବଲେଟ୍‌ରେ ଉପଲବ୍ଧ ହେବ। ଏହା ଏକ ଆଣ୍ଟି ଭାଇରାଲ ଔଷଧ ହୋଇଥିବା ବେଳେ କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ଲାଗି ରାମବାଣ ସାବ୍ୟସ୍ତ ହେବ। ବ୍ରିଣ୍ଟନ ଫାର୍ମା ସିଏମଡି ରାହୁଲ କୁମାର ଦର୍ଡା ଏକ ବୟାନରେ ଔଷଧ ଏବେ ସମସ୍ତଙ୍କର ସବୁଠୁ ବଡ ଆବଶ୍ୟକତା ବୋଲି କହିଛନ୍ତି। ଏଣୁ ପ୍ରତ୍ୟେକ କରୋନା ସଂକ୍ରମିତଙ୍କୁ କିପରି ଔଷଧ ମିଳିପାରିବ ସେଥିପାଇଁ ଆମେ ଗୁରୁତ୍ୱ ଦେଉଥିବା ବେଳେ ପ୍ରତ୍ୟେକ କୋଭିଡ ସେଣ୍ଟରକୁ ପହଞ୍ଚାଇବାକୁ ଉଦ୍ୟମ କରୁଥିବା କହିଛନ୍ତି। 

{"id":304976,"width":581,"height":435,"sizeSlug":"large"}

ଆମ ଔଷଧର ମୂଲ୍ୟ ମାତ୍ର ୫୯ ଟଙ୍କା ଯାହାକି ଅତ୍ୟନ୍ତ ଶସ୍ତା ଓ ଯେଉଁମାନେ ଆଂଶିକ ଅଥବା ମଧ୍ୟମ ସଂକ୍ରମିତ ସେମାନଙ୍କ ଲାଗି ଫେବିଟନ୍‌ ଅତ୍ୟନ୍ତ ଲାଭଦାୟୀ ସାବ୍ୟସ୍ତ ହେବ ବୋଲି ଦର୍ଡା କହିଛନ୍ତି। ଭାରତରେ ଫେବିପିରାବିରକୁ ନିୟାମକ ପ୍ରାଧିକରଣ ଗତ ଜୁନମାସରେ ଜରୁରି ଚିକିତ୍ସା ନିମନ୍ତେ ଉପଯୋଗ ଲାଗି ଅନୁମତି ଦେଇଥିଲେ। ଏଣୁ କମ୍ପାନୀ ଏହି ଔଷଧକୁ ଭରତୀୟ ବଜାରରେ ଉପଲବ୍ଧ କରାଇବା ସହ ବିଦେଶରୁ ଆମଦାନୀ ମଧ୍ୟ କରିବେ ବୋଲି କହିଛନ୍ତି।

{"id":304978,"width":578,"height":324,"sizeSlug":"large"}

ଫେବିଟନ ଫୁଜିଫିଲ୍ମ ତୋୟାମା କେମିକାଲ କର୍ପୋରେସନ ଲିମିଟେଡ୍ ପ୍ରସ୍ତୁତ ଔଷଧ ‘ଏବିଗାନ’ର ଜେନେରିକ୍ ସଂସ୍କରଣ। ବୈଶ୍ୱିକ କ୍ଲିନିକାଲ ପ୍ରମାଣରୁ ଫେବିପିରାବିର ଆଂଶିକ ଓ ମଧ୍ୟମ କରୋନା ସଂକ୍ରମଣ ନିମନ୍ତେ ପ୍ରଭାବି ଚିକିତ୍ସା ବିକଳ୍ପ ବୋଲି ପ୍ରମାଣିତ ହୋଇଛି। ଏଣୁ ଫେବିଟନ ଉପଲବ୍ଧ ହେବା ଏବେ ଆଂଶିକ ଓ ମଧ୍ୟମ ସଂକ୍ରମିତଙ୍କ ଚିକିତ୍ସା ଲାଗି ବେଶ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.