ଭୁବନେଶ୍ୱର ୦୯।୦୪: ଲକଡାଉନ ସମୟରେ ଆପଣ ଚିନ୍ତା କରିବା ଦରକାର ନାହିଁ । ଫୋନ କଲେ ଘରେ ପହଞ୍ଚିବ ମେଡିସିନ । ଏଥିପାଇଁ ବ୍ୟବସ୍ଥା କରିଛି ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ । ଭୁବନେଶ୍ବରର ୧୨୧ଟି ମେଡିସିନ୍ ଦୋକାନରୁ ଅନଲାଇନ ମେଡିସିନ୍ ମିଳିପାରିବ । ଏସବୁ ମେଡିସିନ ଦୋକାନର ତାଲିକା ଜାରି କରିଛି BMC । ଏସବୁ ମେଡିସିନ୍ ଦୋକାନକୁ ଆପଣ ହ୍ୱାଟସଆପ୍ ନମ୍ବରରେ ଯୋଗାଯୋଗ କରିପାରିବେ । ଏନେଇ ଏକ SOP ଜାରି କରାଯାଇଛି ।
wp:core-embed/twitter {"url":"https://twitter.com/bmcbbsr/status/1247912643857276929","type":"rich","providerNameSlug":"twitter","className":""} /wp:core-embed/twitterନିଜ ଘର ପାଖରେ ତାଲିକାଭୁକ୍ତ ହୋଇଥିବା ଥିବା ମେଡିସିନ ଦୋକାନ ଚିହ୍ନଟ କରନ୍ତୁ । ତାଲିକାରୁ ଏହାର ମୋବାଇଲ ନମ୍ବର ଏବଂ ହ୍ୱାଟସଆପ୍ ନମ୍ବର ଟିପି ରଖନ୍ତୁ । ହ୍ୱାଟସଆପ୍ କରିବା ବେଳେ ଆପଣ ନିଜ ନାଁ, ରୋଗୀଙ୍କ ନାଁ, ପ୍ରେସକ୍ରିପସନ୍ ର ଫଟୋ, ଆପଣଙ୍କ ସଠିକ ଠିକଣା ସହ କଣ୍ଟାକ୍ଟ ଫୋନ ନମ୍ବର ଦିଅନ୍ତୁ । ଆପଣଙ୍କ ଘରେ ମେଡିସିନ ପହଞ୍ଚିବା ସୁବିଧା ହେବ । ଧୈର୍ଯ୍ୟ ରଖନ୍ତୁ, ଆପଣଙ୍କ ଘରେ ୨୪ଘଣ୍ଟା ଭିତରେ ମେଡସିନ୍ ପହଞ୍ଚିବ । ଔଷଧ ପେମେଣ୍ଟ ପାଇଁ ଖୁଚୁରା ରଖିଥାନ୍ତୁ । ଔଷଧ ଦେବା ପରେ ଆପଣଙ୍କୁ ଡେଲିଭରି ବଏ ରସିଦ ଦେବେ ।